ପରିଣତି ବୟସରେ ରାସ୍ତା କଡରେ ଦହିପଣା ବାଣ୍ଟୁଛନ୍ତି ମହାନ୍ତି ଦମ୍ପତ୍ତି

31

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ସଦର ଥାନା ଅନ୍ତର୍ଗତ ଫତଗଡ଼ ମଠ ଠାରେ ଦୀର୍ଘ 12ବର୍ଷ ହେଲା ନିଜ ଖର୍ଚ୍ଚରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମହେନ୍ଦ୍ର ମହାନ୍ତି ଓ ତାଙ୍କ ପତ୍ନୀ ନିରୂପମା ମହାନ୍ତି ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଠାରୁ ଜଳଛତ୍ର ଖୋଲି ଶୋଷିଲା ପଥଚାରୀଙ୍କୁ ଦହିପଣା ବଣ୍ଟନ କରିଥାନ୍ତି।ସମାଜସେବୀ ଗଣେଶ୍ୱର ସାହୁ ଓ ଆଞ୍ଚଳିକ ବିକାଶ ପରିଷଦ ସଭାପତି କେଦାରନାଥ ଜେନା ଉଭୟ ଦମ୍ପତି ଙ୍କୁ ଓତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏଭଳି ମହାନ କାର୍ଯ୍ୟ ପାଇଁ ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମ ଟିକୁ ଅନିରୁଦ୍ଧ ଜେନା ଓ ପ୍ରତାପ ସାମଲ ପରିଚାଳନା କରିଥିଲେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More