ପରିଡ଼ା ପଞ୍ଚାୟତରେ ମତ୍ସ୍ୟ ଚାଷ ତାଲିମ ପ୍ରଦାନ

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ଠାରେ ଓଡ଼ିଶା ଜୀବିକା ମିଶନ ସୌଜନ୍ୟରେ ପରିଡ଼ା ଗ୍ରାମ ପଞ୍ଚାୟତ ମହା ସଙ୍ଘ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ସ୍ୱଚ୍ଛ ଜଳରେ ମାଛ ଚାଷ ଓ ତାର ପରିଚାଳନା ତାଲିମ ଦିଆଯାଇଥିଲା।ମୋଟ 14 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ K. ଗିରିଧାରୀ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଗୁମ୍ମା,ବି ପି ଏମ୍ E, ମନ୍ମଥ ପାତ୍ର ଓ ଏ ଏଲ ଏମ୍ ର ଇ. ଟି.ସି ପ୍ରବୀଣ ସହ ଓ ଏଲ ଏମ୍ ର ଜିଲ୍ଲା ସ୍ତରୀୟ ତାଲିମ ଦାତା ଲିଙ୍ଗରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ ମତ୍ସ୍ୟ ଅଧିକାରୀ ମତ୍ସ୍ୟ ବିଭାଗର ବିଭିନ୍ନ କାର୍ଯ୍ୟ କାରୀ ହେଉଥିବା ଯୋଜନା ସହ ସରକାରଙ୍କ ଚାଷୀକୁ ରିହାତି ବ୍ୟବସ୍ଥା ଓ ମାଛ ଚାଷ ପରିଚାଳନା ବିଷୟରେ ତାଲିମ ପ୍ରଦାନ କରିଥିଲେ।ତାଲିମ ଦାତା ଲିଙ୍ଗରାଜ ପାଣିଗ୍ରାହୀ ସୂଚନା ଦେଇଥିଲେ ଯେ ମାଛ ଚାଷ ନିମନ୍ତେ ପଞ୍ଚାୟତ ପୋଖରୀରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଦୀର୍ଘମିଆଦି ମାଛ ଚାଷ,ମାଛ ଚାଷ କରିବା ପାଇଁ ପ୍ରାରମ୍ଭରେ ପୋଖରୀ ଚୟନ,ଯାଆଁଳା ସଂଗ୍ରହ, ଖାଦ୍ୟସାର, ମାଛର ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟା, ମାଛର ପ୍ରକାର,ମାଛ ଉତ୍ପାଦନ ଓ ବିକ୍ରୟ ବ୍ୟବସ୍ଥା, ସରକାରୀ ପ୍ରୋତ୍ସ।ହନ, ଲାଭ କ୍ଷତିର ହିସାବ ବିଷୟରେ ସୂଚନା ଦେଇ ଥିଲେ।ଶେଷରେ ବାୟୋଫ୍ଲକ (ଜୈବପୁଞ୍ଜ) ପ୍ରଣାଳୀରେ ମାଛ ଚାଷର ସୁବିଧା ବିଷୟରେ ସୂଚନା ଦିଆଯାଇ ଥିଲା।ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ 50 ରୁ ଉର୍ଦ୍ଧ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସମ୍ପାଦିକା ଉପସ୍ଥିତ ଥିଲେ। ଶେଷରେ ମତ୍ସ୍ୟ ସଂଘର ସଭାପତି ଧନ୍ୟବାଦ ଦେଇଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More