ପରିଚୟ ଖୋଜୁଛି ଇନ୍ଦ୍ରାବତୀର ଉତ୍ପତ୍ତିସ୍ଥଳ

33

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : – ବୃହତ୍ତମ ଜଳବିଦ୍ୟୁତ ପ୍ରକଳ୍ପଭାବେ ପରିଚୟ ଦେଇଥିବା ଇନ୍ଦ୍ରାବତୀ ନଦୀର କ୍ଷୁଦ୍ରତମ ଝରଣାର ତିନୋଟି ଧାର ଏହି ପ୍ରକଳ୍ପର ଜନ୍ମଦାତ୍ରୀ ଆଜି ନିଜ ପରିଚୟ ପାଇବାକୁ ଅନାଇ ବସିଛି ।ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆଜି ସମଗ୍ର ବିଶ୍ୱରେ ପରିଚିତ କିନ୍ତୁ ପରିତାପର ବିଷୟ ପରିଚୟ ପାଇନି ଏହି ପ୍ରକଳ୍ପର ଉତ୍ପତ୍ତିସ୍ଥଳ ।
କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର,ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ଅଞ୍ଚଳର ମର୍ଦ୍ଦିଗୁଡ଼ା ଗାଁ ର ଏକ ଆମ୍ବଗଛ ତଳୁ ବାହାରୁଥିବା ଝରଣାର ତିନୋଟି ପବିତ୍ର ଧାର ଯେ – ଦିନେ ଏକ ବିଶ୍ୱ ପରିଚିତ ପ୍ରକଳ୍ପର ଜନ୍ମଦାତ୍ରୀ ହେବ ଓ ଲୋକେ ଉପକୃତ ହେବେ, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ତାହା ଆଜି ବସ୍ତବର ରୂପ ନେଇଛି ।
ଏହି ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡିର ଶହ ଶହ ହେକ୍ଟର ଚାଷ ଜମି ଆଜି ଜଳସେଚିତ ହୋଇ ଏକ ସବୁଜ ବିପ୍ଳବ ସୃଷ୍ଟି କରିପାରିଛି ଓ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ଉତ୍ପାଦିତ ହୋଇ ଓଡିଶା ସମେତ ରାଜ୍ୟ ବାହାରକୁ ମଧ୍ୟ ବିଜୁଳି ଯୋଗାଇ ସରକାରଙ୍କ ରାଜକୋଷକୁ ଯାଉଛି କୋଟି କୋଟି ଟଙ୍କା କିନ୍ତୁ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ଇନ୍ଦ୍ରାବତୀର ଉତ୍ପତ୍ତିସ୍ଥଳ ।
ତେଣୁ ସରକାର ଏହାର ପାରିପାର୍ଶ୍ଵକ ବିକାଶ ପାଇଁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More