ଭୁବନେଶ୍ବର(ସଂଘର୍ଷ ମିଡିଆ ) : ବରିଷ୍ଠ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ଆଜି ପରଲୋକ ଘଟିଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ସୂଚନା ଦେଇଛନ୍ତି। ସ୍ବର୍ଗତଃ ପଟ୍ଟନାୟକ ଭୁବନେଶ୍ବର ସାଂସଦ ଭାବେ ୩ ଥର ନିର୍ବାଚିତ ହୋଇଥିଲେ।