ପରଲୋକରେ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର

11

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ପରିଚଳନା କମିଟି ର ପୁର୍ବତନ ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ଆଜି ପରଲୋକ ଘଟିଛି । ଗତ କିଛିଦିନ ତଳେ ସେ କୋଭିଡରେ ଅକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ତେବେ ଆଜି ସକାଳେ ହଠାତ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ପରିବାର ଲୋକ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନେଇ ଯାଇ ଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏ ଖବର ସେବାୟତ ମହଲରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ୩୭୦ରୁ ଅଧିକ ସେବାୟତ କୋଭିଡରେ ଅକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୭ଜଣ ସେବାୟତ ମଧ୍ୟ କୋଭିଡରେ ପ୍ରାଣ ହରାଇଲେଣି । ତେବେ ଶ୍ରୀମନ୍ଦିରରେ ସେବାୟତ ମାନେ ଯେଭଳି କୋଭିଡରେ ଆକ୍ରାନ୍ତ ହେଉଛନ୍ତି ତାକୁ ନେଇ ପ୍ରଶାସନ ଚିନ୍ତା ବଢିବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More