ପରପାରିରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସନାତନ ରଥ

50

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସନାତନ ରଥଙ୍କର ଆଜି କଟକସ୍ଥିତ ବାସଭବନରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ଡାକ୍ତର ରଥ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଉନ୍ନତ ଚିକିତ୍ସା ପାଇଁ ସାରା ଦେଶରେ କ୍ଷତି ଅର୍ଜନ କରିଥିବା ଡାକ୍ତର ରଥ ଜଣେ ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ଜଣାଶୁଣା। ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଡାକ୍ତର ରଥ ୧୯୩୪ ମସିହା ଜୁଲାଇ ୨୫ରେ ଜନ୍ମ ଗ୍ରହଣ କରିଥିଲେ। ୧୯୫୭ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ସେ ୧୯୬୨ରେ ପାଟ୍‌ନା ବିଶ୍ବବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ୧୯୬୫ରେ ସେ ଭେଲୋର୍‌ ମେଡିକା‌ଲ୍‌ କଲେଜ୍‌ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିବା ପରେ ଡାକ୍ତର ରଥ ସେହି ବର୍ଷ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜରେ ସହକାରୀ ପ୍ରଫେସର୍‌ ଭାବେ ଯୋଗ ଦେଇଥିଲେ। ୧୯୭୦ରେ ସେ ବିଭାଗୀୟ ମୁଖ୍ୟ ହେବ ପରେ ୧୯୯୧ରେ ଡିଏମ୍‌ଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜରେ ଡାକ୍ତର ରଥ ପ୍ରଥମେ ନ୍ୟୁରୋଲୋଜି ଓ ନ୍ୟୁରୋ ସର୍ଜରୀ ବିଭାଗର ମିଳିତ ୟୁନିଟ ଆରମ୍ଭ କରିଥିଲେ। ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୦୯ରେ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More