ପୁରୀ ( ସଂଘର୍ଷ ମିଡିଆ ) ; – ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସା ହେଉଥିଲେ। ଗତ 31 ତାରିଖରୁ ଚିକିତ୍ସିତ ହେଉଥିଲେ। ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ରିକଭରି ହୋଇ ପାରିନଥିଲା। ତାଂକ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ତେବେ ପୂର୍ବତନ ବାଚସ୍ପତି ମହେଶ୍ବରଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳିଯାଇଛି । ଗତ ମଙ୍ଗଳବାର ଦିନ ମହେଶ୍ୱର ମହାନ୍ତି ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ମହେଶ୍ୱର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଥିଲେ । ଗତ 1995 ମସିହାରୁ ମହେଶ୍ବର ମହାନ୍ତି ପୁରୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇ ଆସିଥିଲେ। ତେବେ ଗତ 2019 ବିଧାନସଭା ନିର୍ବାଚନରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ। ବିଜେଡିକୁ ସେ ପୁରୀରେ ଏକ ଦୁର୍ଗରେ ପରିଣତ କରିଥଲେ ତାଙ୍କ ସମୟରେ । ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ। ପରେ ସେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ 2019 ନିର୍ବାଚନରେ ପରାସ୍ତ ହେଇଥିଲେ। ପରେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ରହିଥିଲା।ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭା ରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଥିଲେ।