ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଆରପାରିରେ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁ। ଓଡ଼ିଆ ଆଲ୍ବମ୍ କୁଇନ୍ ଦୀପା ସାହୁ। ଓଡ଼ିଶୀ ନୃତ୍ୟ ପରେ ‘ମେଡ୍ ଇନ୍ ଓଡ଼ିଶା’ ଜରିଆରେ ଓଡ଼ିଆ ଆଲ୍ବମ୍ ଦୁନିଆରେ ପ୍ରବେଶ କରିଥିଲେ ଏବଂ ଧୁମ୍ ମଚାଇଥିଲେ।ଢେଙ୍କାନାଳ ସହରରେ ୨୫ ଅକ୍ଟୋବର ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଦୀପା ସାହୁ। ସେ ସରକାରୀ ମହିଳା ଜୁନିୟର କଲେଜ ଉତ୍ତୀର୍ଣ୍ଣ ହୋଇଥିଲେ। ଓଡ଼ିଶାୀ ନାଚରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଦୀପା।ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଭିନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ସହଯୋଗରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲ୍ରୁ ଭୁବନେଶ୍ୱର ଏମସ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସେ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାମୀ ମନୀନ୍ଦ୍ରନାଥ ଦତ୍ତ ସୂଚନା ଦେଇଛନ୍ତି।