ପରକୀୟା ପ୍ରୀତିର ଭୟଙ୍କର ପରିସ୍ଥିତି , ସ୍ବାମୀର ଜୀବନ ନେଲା ସ୍ତ୍ରୀ ଓ ତାଙ୍କ ପ୍ରେମିକ

15

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଏବେ ସହରଠୁ ଗାଁ ଗହଳିରେ ଦେଖିବାକୁ ମିଳିଛି ପରକୀୟା ପ୍ରୀତିର ଭୟଙ୍କର ପରିଣାମ। ଏହି ପରକୀୟା ପ୍ରୀତିରେ ଅନ୍ଧ ହୋଇ ସ୍ଵାମୀ ନେଉଛି ସ୍ତ୍ରୀର ଜୀବନ ତ କେତେବେଳେ ସ୍ତ୍ରୀ ନେଉଛି ସ୍ଵାମୀର ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ, ସିଓପଡା ଗ୍ରାମ ପଂଚାୟତ, ଭାମାଣ୍ଡ ଗ୍ରାମରେ । ଯାହା ସୁଚନା ମିଳୁଛି ହତ୍ୟାକାରି ଆଉ କେହି ନୁହନ୍ତି ଖୋଦ ଚୋରା ପ୍ରେମ କରୁଥିବା ମୃତକଙ୍କ ସ୍ତ୍ରୀ ରତ୍ନମଣି ଦାଶ ଓରଫ (କୁନି) ଓ ତାଙ୍କ ପ୍ରେମିକ ଅସିତ ଶତପଥୀ ଡାକ ନାମ ବାଇନ।, ପ୍ରକାଶ ଥାଉକି ଭାମଣ୍ଡା ଗ୍ରାମର ବ୍ରାହ୍ମଣ ପରିବାରର ରଙ୍ଗାଧର ପେସାରେ ଜଣେ ମନ୍ଦିର ପୂଜକ। ମନ୍ଦିରରେ ପୂଜା ପାଠକରି ଜାହା ମିଳେ ରଙ୍ଗାଧର ତାଙ୍କ ପରିବାର ଚଳାଇଥାନ୍ତି। କିନ୍ତୁ ରଙ୍ଗାଧରର ସ୍ତ୍ରୀ ନିଜର ଶରୀରର ଭୋକ ମେଣ୍ଟେଇବାକୁ ସେହି ଗ୍ରାମର ପୁଅ ଅସିତ ସହିତ ଦୁହିଁଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ ଅନାବିଳ ପ୍ରେମ ଗଢି ଉଠିଥିଲା। କେହି କାହାକୁ ଦଣ୍ଡେ ନଦେଖିଲେ ପାଗଳ ହୋଇ ଯାଇଥିଲେ। କଥା ଦାଣ୍ଡରେ ପଡି ହାଟରେ ଗଡିଲା। ଏଭଳି ଘଟଣା ଜାଣିବା ପରେ ସ୍ଵାମୀ ସ୍ତ୍ରୀକୁ ବୁଝାଇବା ସହିତ ତାଗିଦ୍ ମଧ୍ୟ କରୁଥିଲେ କିନ୍ତୁ ସ୍ତ୍ରୀ ସ୍ଵାମୀର କୈାଣସି କଥା ସୁଣିବାକୁ ପ୍ରସ୍ତୁତ ନଥିଲେ ପ୍ରେମିକ ପାଇଁ ପାଗଳ ହେଉ ଥିଲେ ସ୍ତ୍ରୀ ରତ୍ନମଣି ଦାଶ (କୁନି)। ରଙ୍ଗାଧରଙ୍କ ଦୁଇଟି ଝିଅ ଓ ଦୁଇଟି ପୁଅ ଅଛନ୍ତି ପିଲାମାନେ ମାଆର ପର ପୁରୁଷ ସହ ମିଳିମିଶିକୁ ବିରୋଧ ମଧ୍ୟ କରୁଥିଲେ। କୈଣଷି କଥାକୁ ଭ୍ରୂକ୍ଷେପ କରୁନଥିଲେ ରତ୍ନମଣି। ସ୍ଵାମୀ ଓ ପିଲାଙ୍କ ବିରୋଧକୁ ସହିନପାରି ପ୍ରେମିକ ଓ ପ୍ରେମିକା ମିଶି ସ୍ଵାମିକୁ ବାଟରୁ ହଟାଇବା ପାଇଁ କରିଥିଲେ ଷଡଯନ୍ତ୍ର। ସେଇଆ ମଧ୍ୟ ହେଲା ଏବେ ସ୍ଵାମୀ ରଙ୍ଗାଧରର ମୃତ ଖବର ଚାରିଆଡେ ପ୍ରଘଟ ହେବାପରେ ପିଲାମାନେ ବାପର ମୃତ୍ୟୁ ଖବରପାଇ ଭାଙ୍ଗି ପଡିଛନ୍ତି ଓ କହିଛନ୍ତି ମୋ ବାପାକୁ ମାରି ଦେଇଛନ୍ତି । ଅନ୍ୟପଟେ ମଶାଣିରେ ସ୍ଵାମୀର ଜୁଇଯାଇଛି। ଏଠି ପ୍ରଶ୍ନ ଉଠୁଛି ବିବାହିତ ମହିଳା ହୁଅନ୍ତୁ କି ବିବାହିତ ପୁରୁଷ ହୁଅନ୍ତୁ ଏଭଳି ଶାରିରୀକ ସୁଖ ପାଇଁ ଏଭଳି ଘୃଣ୍ୟ କାର୍ଯ୍ୟ କରିବା ଦ୍ବାରା ଆଗାମୀ ଯୁବକ ଓ ଯୁବତୀ ମାନେ କଣ ଶିକ୍ଷା ଲାଭକରିବେ। ଏଭଳି ଘୃନ୍ୟ ଓ ଜଘନ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର ଦଣ୍ଡରେ ଦଣ୍ଡିତ କରାଗଲେ ଆଗାମୀ ଦିନରେ ନିଶ୍ଚୟ ଏଭଳିକି ଅପସଂସ୍କୃତି ଦୂର ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାଜକନିକା ରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More