ପରକୀୟା ପ୍ରୀତିର କରୁଣ ପରିଣତି , ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

14

Get real time updates directly on you device, subscribe now.

ମୟୁରଭଞ୍ଜ(ସଂଘର୍ଷ ମିଡିଆ) : – ବାମନଘାଟୀ ଉପଖଣ୍ଡ ବିଶୋଇ ଥାନାରେ ଏକ ହତ୍ୟାକାଣ୍ଡର ପର୍ଦାପାଶ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ବିଳନୀ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ କୋଡିଏ ତାରିଖ ଦିନ କାଦୁଆଣୀ ଗ୍ରାମର ଏତୱ୍ବାରୀ ତାମୁଡିଆ ଅଭିଯୋଗ କଲେ ଯେ ତାଙ୍କ ଗ୍ରାମର ଏକ ଡୁଙ୍ଗୁରୀରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା ,ତା ପାଖରେ ମଦ ବୋତଲ ଓ ମାଂସ ମିଳିଥିଲା । ଏଣୁ ତାହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା । ତାପରେ ଭାରପ୍ରାପ୍ତ ଥାନା ଅଧିକାରୀ ମିନି ଭୋଇ ତଦନ୍ତ କଲେ । ତଦନ୍ତ ସମୟରେ ଘଟଣାସ୍ଥଳରେ ମିଳିଥିବା ପାଣି ବୋତଲ,ରକ୍ତ ନମୁନା,ଖାଲି ପ୍ଲେଟ୍ କୁ ଜିଲ୍ଲା ଅନୁସନ୍ଧାନ ଟିମ୍ ସଂଗ୍ରହ କରିଥିଲା । ଅଜଣା ବ୍ୟକ୍ତିଙ୍କୁ କେହି ଜଣେ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିବାର ସୁରାଗ ମିଳିଥିଲା । ଅଜଣା ବ୍ୟକ୍ତିର ଶବ ବ୍ୟବଛେଦ ପାଇଁ ବାରିପଦା ଭେଷଜ ମହାବିଦ୍ୟାଳୟକୁ ପଠାଗଲା । ମୁଦାଲାମାନେ ସିଲଭର ରଙ୍ଗର ଏକସେଣ୍ଟ କାରରେ ବିଶୋଇ ଆସିଥିବାର ପ୍ରମାଣ ମିଳିଥିଲା । ମୁଦାଲା ଲିଟୁ ପରିଡା ପିତା କରୁଣାକର ପରିଡା ଗ୍ରାମ ଗୋଡିସାହି ଜିଲ୍ଲା ଢେଙ୍କାନାଳକୁ ଗିରଫ କରାଯାଇ କାର OD 20B 3333କୁ ଜବତ କରାଯାଇଥିଲା । ମୁଦାଲା ଲିଟୁ ପରିଡା ତାଙ୍କ ସହଯୋଗୀ ଉମେଶ ମହାନ୍ତ ପିତା ରଘୁନାଥ ମହାନ୍ତ ଗ୍ରାମ ଖରଖରି ଜିଲ୍ଲା ଢେଙ୍କାନାଳ ଉକ୍ତ କାରରେ ଆସି ମୃତ ପୁରେନ୍ଦ୍ର ନାଏକ ପିତା ଜୟକୃଷ୍ଣ ନାୟକ ଗ୍ରାମ କେନ୍ଦୁପଡା ଜିଲ୍ଲା ଢେଙ୍କାନାଳ ର ସ୍ତ୍ରୀ ସେବତୀ ନାୟକ ଙ୍କ ମନ୍ତ୍ରଣା କରି ବିଶୋଇର ପୁରେନ୍ଦ୍ରକୁ ମଦ ପିଆଇ ଏକ ଧାରୁଆ ଛୁରୀରେ ହତ୍ୟା କରିଥିବାର ସୂଚନା ଦେଇଥିଲା । ତଦନ୍ତ କଲାପରେ ଉମେଶ ମହାନ୍ତ ଓ ମୃତ ପୁରେନ୍ଦ୍ର ନାଏକଙ୍କ ସ୍ତ୍ରୀ ସେବତୀ ନାଏକଙ୍କୁ ଗିରଫ କରାଯାଇଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେବତୀ ନାୟକ ଓ ଉମେଶ ମହାନ୍ତ ପରକୀୟା ପ୍ରୀତି ପାଇଁ ପୁରେନ୍ଦ୍ର ନାଏକଙ୍କୁ ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଏଥିରେ ଡ୍ରାଇଭର ଲିଟୁ ପରିଡାର ସହାୟତା ନେଇ ଯୋଜନାବଦ୍ଧଭାବେ ତଣ୍ଟିଚିପି ହତ୍ୟା କରାଯାଇଥିଲା ବୋଲି ପୋଲିସ ସାମ୍ବାଦିକମାନଙ୍କୁ ଜଣାଇଥିଲେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More