ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରିଣୀଙ୍କ ଭିଡ଼

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରିଣୀଙ୍କ ଭିଡ଼ ଜମିଛି। ନିଜ ସ୍ୱାମୀର ଦୀର୍ଘାୟୁ ଜୀବନ କାମନା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ସାବିତ୍ରୀ ବ୍ରତଧାରୀଣୀ। ଶ୍ରୀମନ୍ଦିର ଭିତରେ ଥିବା ଭୁବନେଶ୍ୱରୀ ମନ୍ଦିରରେ ଦେବୀ ସାବିତ୍ରୀଙ୍କୁ ବ୍ରତଧାରିଣୀ ମାନେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଛନ୍ତି। ବ୍ରତଧାରିଣୀ ମାନେ ସାଙ୍ଗରେ ନୂତନ ଶାଢ଼ୀ, ସେଓ, ଅଙ୍ଗୁରୁ, କମଳା, କଦଳୀ, ପଣସ ଭଳି ବିଭିନ୍ନ ପ୍ରକାରର ଫଳମୂଳ ନେଇ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଆଜି ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କ ସାଗର ବିଜେ ନୀତି ମଧ୍ୟ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଙ୍କ ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀ ନାରାୟଣ ମୂର୍ତ୍ତିଙ୍କୁ ଆଣି ରତ୍ନସିଂହାସନ ବିଜେ କରିଥିଲେ । ପାଳିଆ ପୂଜାପଣ୍ଡା ଗରାବଡୁଙ୍କ ଠୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ପ୍ରଦାନ କରିଥଲେ । ଏହାପରେ ମହାଜନ ସେବାୟତ ନାରାୟଣ ଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କି କୁ ସ୍କନ୍ଧରେ ବୋହି ଘଣ୍ଟ , ଛତ୍ର , କାହାଳୀରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରାଯାଇ ଥିଲା।ସମୂଦ୍ର କୂଳ ବାଲି ରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପଣ୍ଡାଙ୍କ ହାତକୁ ବଢ଼ାଇଥିଲେ । ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥିଲେ। ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହୋଇଥିଲା। ଆଳତି , ବନ୍ଦାପନା ହୋଇଥିଲା। । ଏହାପରେ ଠାକୁର ବିମାନରେ ଜମେଶ୍ୱର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ କରିଥିଲେ। ଦହି ଓ ପଞ୍ଚାମୃତ ରେ ମହାସ୍ନାନ ହୋଇଥଲା। ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥିଲା। ନୀତି ସରିବା ପରେ ଶ୍ରୀ ନାରାୟଣଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରାଯାଇଥିଲା।ସେପଟେ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା ଚାଲିଥିବା ବେଳେ ବିଧି ଅନୁଯାୟୀ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଆଜ୍ଞାମାଳ ପାଇ ଜଳକ୍ରୀଡା ମଣ୍ଡପକୁ ବିଜେ କରିଥିଲେ। ସେଠାରେ ଜଳକ୍ରୀଡା ସହ ଆଲଟ ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More