ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପାରଳା ସହର ଚଳଚଞ୍ଚଳ

112

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସଖାଳୁ ଭକ୍ତମାନେ ନଡ଼ିଆ, କଦଳୀ,ଫୁଲ ବେଲପତ୍ର,ଦୀପ ଧୂପ କ୍ଷୀର ଦହି ମହୁ ଧରି ବିଭିନ୍ନ ଶିବମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରି ମନସ୍କାମନା ଜଣାଇଛନ୍ତି। ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାଦୀପ ଜଳାଇ ଭକ୍ତ ମାନେ ଜାଗର ରହିବେ।ଆଲୋକ ସଜ୍ଜାରେ ମନ୍ଦିର ଗୁଡିକ ଝଲସି ଉଠୁଛି। ମନ୍ଦିରର ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୃତୟନ କରାଯାଇଛି।ସହରର ରାମ ଲିଙ୍ଗେଶ୍ୱର ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ଚନ୍ଦ୍ର ଶେଖର ମହାଦେବ ମନ୍ଦିର, ଧବଳେଶ୍ବର ମନ୍ଦିର ଏହି ପରି ବିଭିନ୍ନ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ମାନେ ପୂଜାର୍ଚ୍ଚନା କରି ଉପବାସ ରହି ଜାଗର ରହିବାର ଦେଖିବାକୁ ମିଳିଛି। ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More