ପବିତ୍ର ଭଉଁରୀ ତିଥି ପାଇଁ ଚଳଚଞ୍ଚଳ ରଥଖଳା

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶୁକ୍ରବାର ପବିତ୍ର ଭଉଁରୀ ତିଥି। ଏହି ଦିବସରେ ବିଧି ଅନୁଯାୟୀ ମହାପ୍ରଭୁଙ୍କ ତିନି ରଥର ଅଖ ଚକ ସଂଯୋଗ ହୋଇଥାଏ। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଏହି ବିଧି ଅନୁଷ୍ଠିତ ହୁଏ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅଖ ଚକ ନିର୍ମାଣ ଶେଷ ହୋଇଛି। ତିନିରଥର ୫ଟି ଲେଖାଁଏ ମୋଟ ୧୫ଗୋଟି ଚକର ନିର୍ମାଣ ଶେଷ ହେବା ସହ ତିନିରଥର ଗୋଟିଏ ଗୋଟିଏ ଅଖର ଅନୁକୂଳ ପୂଜା ହୋଇଚି। ତିନିରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ହୋଇ ମୋଟ ଆଜି ସୁଦ୍ଧା ୧୮ ଗୋଟି ଚକର ନିର୍ମାଣ ଶେଷ ହୋଇଛି। ତିନିରଥର ଗୋଟିଏ ଗୋଟିଏ ଅଖର ଦୁଇ ମୁହଁର ଗୋଳେଇ କାର୍ଯ୍ୟ ଶେଷ ହୋଇଛି। ତିନିରଥର ୭ମ ଏବଂ ୮ମ ଚକ ନିର୍ମାଣ ପାଇଁ ତୁମ୍ବ ଅରରେ ପଇ ସଂଯୋଗ ହୋଇ ପଇ ପଇ ର ସଂଯୋଗ ସ୍ଥଳ କଳଶା କାର୍ଯ୍ୟ ଜାରୀ ରହିଛି। ,ତିନିରଥର ୯ମ ଚକ ର ସିଙ୍ଗଡ଼ା ବାଡ଼ିଆ ପୂର୍ବରୁ ତୂମ୍ବରେ ଅର ସଂଯୋଗ କାର୍ଯ୍ୟ ଚାଲୁଅଛି। ତିନିରଥର ଜୋକା ନିର୍ମାଣ ପାଇଁ ତିନିରଥ ଚାଳିକୁ ରଥ ଆମୀନ ପ୍ରଥମ ଦଫାରେ ୬ଟି ଲେଖାଁଏ ୧୨ ଫୁଟୁଆ ଧଉରା କାଠ ଯୋଗାଇ ଦେଇଥିଲେ।,ସେଗୁଡିକର ଚଉପଟ କାର୍ଯ୍ୟ ତିନିରଥ ମହାରଣା ମାନେ ଜାରୀ ରଖିଛନ୍ତି ।ତିନିରଥର ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି ।ଦୋଳବେଦୀ କମାର ଶାଳରେ କମାର ସେବକ ମାନେ ପନ୍ଦାରି ଏବଂ ବଳା ନିର୍ମାଣ ଜାରୀ ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More