ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆଜି ୨୫ ଅକ୍ଟୋବର ଦଶହରା। ଏହାକୁ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ହୋଇଥିବାରୁ ଏହାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଆଶ୍ୱିନମାସ ଶୁକ୍ଳପକ୍ଷର ଦଶମୀ ତିଥିରେ ଏହା ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଦଶହରା ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ବିଜୟ ପ୍ରାପ୍ତ କରିଥିଲେ। ସେହିପରି ଶକ୍ତିସ୍ୱରୂପିଣୀ ଜଗତଜନନୀ ମା’ଦୁର୍ଗା ଏହି ଦିନ ମହିଷାସୁରର ସଂହାର କରି ସମସ୍ତ ଦେବତାଙ୍କୁ ରକ୍ଷା କରିଥିଲେ। ତେଣୁ ଏହି ପର୍ବକୁ ବିଜୟା ଦଶମୀ ବୋଲି କୁହାଯାଏ।