ପୁରୀ(ସଂଘର୍ଷ ମିଡିଆ) : – ପବିତ୍ର ବିଜୟା ଦଶମୀ। ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଉତ୍ସବ ମୁଖରିତ। ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡ଼ିକରେ ସ୍ଵତନ୍ତ୍ର ପୁଜା ଅନୁଷ୍ଠିତ ହୋଇଛି। ବିସର୍ଜନ ହୋମ ସହ ପନ୍ତି ନିତୀ ଅନୁଷ୍ଠିତ ହୋଇଛି। ତେବେ ଆଜିର ପବିତ୍ର ଦିବସରେ ମାଙ୍କୁ ଦର୍ଶନ ସହ ଆଶିର୍ବାଦ ନେବା ପାଇଁ ପୁଜା ମଣ୍ଡଳ ଗୁଡ଼ିକ ରେ ଭକ୍ତଙ୍କ ଭିଡ ଲାଗି ରହିଛି। କେବଳ ପୁରୀ କାହିଁକି ପୁରୀ ବାହାରୁ ଅନେକ ଭକ୍ତ, ପର୍ଯ୍ୟଟକ ପୁରୀ ଆସି ବିଜୟା ଦଶମୀରେ ମାଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି। ବିଶେଷ କରି ପୁରୀରେ ବିଭିନ୍ନ ପୁଜା ମଣ୍ଡପ ରେ ପୁଜା ପାଉଥିବା ଆକର୍ଷଣୀୟ ଗୋଷାଣୀ ମୂର୍ତ୍ତି ଦେଖି ଭକ୍ତ ଭାବ ବିହ୍ଵଳିତ ହୋଇଚନ୍ତି। ପୁରୀ ସହର ର ବିଭିନ୍ନ ପୁଜା ମଣ୍ଡପ ବୁଲି ମୂର୍ତ୍ତି ଦେଖିବା ସହ ଆକର୍ଷଣୀୟ ସାଜ ସଜା ଦେଖୁଛନ୍ତି। ସେପଟେ ପୁରୀ ବାସିନ୍ଦା ମା ଗୋଷାଣୀ ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପ, ପିଠ ଯାଇ ପୂଜାର୍ଚ୍ଚନା କରି ମାଙ୍କ ଆଶୀର୍ବାଦ କାମନା କରିଛନ୍ତି। ତେବେ ବାରବାଟୀ ଗୋଷାଣୀ ପୁଜା କମିଟି ର ସଂପାଦକ ମଦନ ମୋହନ ଖୁଣ୍ଟିଆ କହିଚନ୍ତି ଚଳିତ ବର୍ଷ ବେଶ ଧୁମ୍ ଧାମ ରେ ଶାରଦୀୟ ଦୁର୍ଗାପୂଜା ପାଳନ ହୋଇଚି। ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମା ଗୋଷାଣୀ ଙ୍କୁ ଦର୍ଶନ କରୁଛନ୍ତି। ତେବେ ଆସନ୍ତାକାଲି ଗୋଷାଣୀ ଯାତ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନରେ ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟ ରେ ଦେବ ସଭା ହେବ। ପୂରୀ ସହରର ସବୁ ଗୋଷାଣୀ, ନାଗା ମୂର୍ତ୍ତି ଏକତ୍ରିତ ହୋଇ ମହାପ୍ରଭୁ ଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଭସାନ ପାଇଁ ପ୍ରସ୍ତୁତି ହେବ। ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ଶାନ୍ତି ଶୃଙ୍ଖଳା ରେ ସବୁ ସମାପନ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଚି ବୋଲି ବାରବାଟି ଗୋଷାଣୀ ପୁଜା କମିଟି ପକ୍ଷରୁ କୁହାଯାଇଛି। ସେପଟେ ଶ୍ରୀକ୍ଷେତ୍ର ରେ ଗୋଷାଣୀ ମେଢ଼ ଏକାଦଶୀ ରେ ଭସାନ ହେଉଥିବା ବେଳେ ପରମ୍ପରା ଅନୁଯାଇ ଦେଵୀ ବିମଳାଙ୍କ ପ୍ରତିନିଧି ମା କାକୁଡି ଖାଇଙ୍କ ମୂର୍ତ୍ତିର ଆଜି ଦଶମ ରେ ଜଳରେ ବିସର୍ଜନ ହେବ। ପରମ୍ପରା ଅନୁଯାୟୀ କାକୁଡି, ପାଣି କଖାରୁ ବଳି ନୀତି ଅନୁଷ୍ଠିତ ହେବ।ପବିତ୍ର ବିଜୟା ଦଶମୀ। ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଉତ୍ସବ ମୁଖରିତପବିତ୍ର ବିଜୟା ଦଶମୀ। ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଉତ୍ସବ ମୁଖରିତ। ବିଜୟା ଦଶମୀ ଅବସର ରେ ପୂଜା ମଣ୍ଡପ ଗୁଡ଼ିକ ରେ ସ୍ଵତନ୍ତ୍ର ପୁଜା ଅନୁଷ୍ଠିତ ହୋଇଛି। ବିସର୍ଜନ ହୋମ ସହ ପନ୍ତି ନିତୀ ଅନୁଷ୍ଠିତ ହୋଇଛି। ତେବେ ଆଜିର ପବିତ୍ର ଦିବସରେ ମାଙ୍କୁ ଦର୍ଶନ ସହ ଆଶିର୍ବାଦ ନେବା ପାଇଁ ପୁଜା ମଣ୍ଡଳ ଗୁଡ଼ିକ ରେ ଭକ୍ତ ଙ୍କ ଭିଡ ଲାଗି ରହିଛି। କେବଳ ପୁରୀ କାହିଁକି ପୁରୀ ବାହାରୁ ଅନେକ ଭକ୍ତ, ପର୍ଯ୍ୟଟକ ପୁରୀ ଆସି ବିଜୟା ଦଶମୀ ରେ ମାଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି। ବିଶେଷ କରି ପୁରୀରେ ବିଭିନ୍ନ ପୁଜା ମଣ୍ଡପ ରେ ପୁଜା ପାଉଥିବା ଆକର୍ଷଣୀୟ ଗୋଷାଣୀ ମୂର୍ତ୍ତି ଦେଖି ଭକ୍ତ ଭାବ ବିହ୍ଵଳିତ ହୋଇଚନ୍ତି। ପୁରୀ ସହର ର ବିଭିନ୍ନ ପୁଜା ମଣ୍ଡପ ବୁଲି ମୂର୍ତ୍ତି ଦେଖିବା ସହ ଆକର୍ଷଣୀୟ ସାଜ ସଜା ଦେଖୁଛନ୍ତି। ସେପଟେ ପୁରୀ ବାସିନ୍ଦା ମା ଗୋଷାଣୀ ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପ, ପିଠ ଯାଇ ପୂଜାର୍ଚ୍ଚନା କରି ମା ଙ୍କ ଆଶୀର୍ବାଦ କାମନା କରିଛନ୍ତି। ତେବେ ବାରବାଟୀ ଗୋଷାଣୀ ପୁଜା କମିଟି ର ସଂପାଦକ ମଦନ ମୋହନ ଖୁଣ୍ଟିଆ କହିଚନ୍ତି ଚଳିତ ବର୍ଷ ବେଶ ଧୁମ୍ ଧାମ ରେ ଶାରଦୀୟ ଦୁର୍ଗାପୂଜା ପାଳନ ହୋଇଚି। ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମା ଗୋଷାଣୀ ଙ୍କୁ ଦର୍ଶନ କରୁଛନ୍ତି। ତେବେ ଆସନ୍ତାକାଲି ଗୋଷାଣୀ ଯାତ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନ ରେ ଶ୍ରୀ ମନ୍ଦିର ସିଂହଦ୍ୱାର ନିକଟରେ ଦେବ ସଭା ହେବ। ପୂରୀ ସହର ର ସବୁ ଗୋଷାଣୀ, ନାଗା ମୂର୍ତ୍ତି ଏକତ୍ରିତ ହୋଇ ମହାପ୍ରଭୁଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଭସାନ ପାଇଁ ପ୍ରସ୍ତୁତି ହେବ। ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ଶାନ୍ତି ଶୃଙ୍ଖଳାରେ ସବୁ ସମାପନ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଚି ବୋଲି ବାରବାଟି ଗୋଷାଣୀ ପୁଜା କମିଟି ପକ୍ଷରୁ କୁହାଯାଇଛି। ସେପଟେ ଶ୍ରୀକ୍ଷେତ୍ର ରେ ଗୋଷାଣୀ ମେଢ଼ ଏକାଦଶୀ ରେ ଭସାନ ହେଉଥିବା ବେଳେ ପରମ୍ପରା ଅନୁଯାଇ ଦେଵୀ ବିମଳାଙ୍କ ପ୍ରତିନିଧି ମା କାକୁଡି ଖାଇଙ୍କ ମୂର୍ତ୍ତିର ଆଜି ଦଶମୀରେ ଜଳରେ ବିସର୍ଜନ ହେବ। ପରମ୍ପରା ଅନୁଯାୟୀ କାକୁଡି, ପାଣି କଖାରୁ ବଳି ନୀତି ଅନୁଷ୍ଠିତ ହେବ।