ପବିତ୍ର ବାହୁଡା଼ ଯାତ୍ରାରେ ବ୍ରହ୍ମ ତାଳଧ୍ଵଜ ରଥ ଦକ୍ଷିଣ ମୋଡ, ବାହୁଡ଼ିଲେ ରଥାରୁଢ ମହାବାହୁ

27

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) – : ପବିତ୍ର ବାହୁଡା଼ ଯାତ୍ରାରେ ବିଶ୍ୱର ନାଥ ଜଗନ୍ନାଥଙ୍କ ବଡ ଭାଇ ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଆଜି ଦକ୍ଷିଣ ମୋଡ ନେବା ସହ ଚତୃଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପରୁ ରଥକୁ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମୁଁହୂର୍ତ୍ତରେ ଜିଲ୍ଲାର କୋଣ ଅନୁକୋଣରୁ ସହ ସହ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ ପାଇଁ ଭିଡ ହୋଇଥିଲା । ଗତ ଦୁଇବର୍ଷ କୋରନା ମହାମାରୀ କାରଣରୁ ରଥ ଯାତ୍ରା ବନ୍ଦ ହୋଇଥିବା ବେଳେ ଶ୍ରଦ୍ଧାଳୁ ଓ ଭଗବାନ ମଧ୍ୟରେ ଯେଉଁ ଦୂରତା ସୃଷ୍ଟି ହୋଇଥିଲା ତାହା ଆଜି ଦୂରତା ଶେଷ ହୋଇଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ ବଳଦେବଜୀଉଙ୍କ ଅପାର କରୁଣାରୁ ମହାମାରୀ କୋରନା ଦୂର ହେବା ପରେ ରଥ ଯାତ୍ରା ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More