ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଓଡିଶାବାସୀଙ୍କୁ ଶୁଭେଚ୍ଛା

36

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଶୁଭେଚ୍ଛା । ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଓଡ଼ିଶାବାସୀଙ୍କୁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ର ହାର୍ଦ୍ଦିକ ଶୁଭେଚ୍ଛା ଦେଇଛନ୍ତି। ବାଲୁକା ଚିତ୍ରକଳା ସୁଦର୍ଶନ ପଣା ସଂକ୍ରାନ୍ତିରେ ଚଉରା ଉପରେ ଠେକି ରଖାଯିବା ପ୍ରତିକୃତିର ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି। ମହାପ୍ରଭୂ ଶ୍ରଜଗନ୍ନାଥଙ୍କର ପ୍ରତିକୃତି ମଧ୍ୟ ବାଲୁକା ଚିତ୍ରକଳା ରେ ସ୍ଥାନ ଦିଆଯାଇଛି। ଯାହାକି ବାଲୁକା ଚିତ୍ର କଳାକୁ ଆହୁରି ଆକର୍ଷଣୀୟ କରିଚି। ତେବେ ମହାପ୍ରଭୂ ଓଡ଼ିଶା ନବ ବର୍ଷରେ ପ୍ରତେକ ଲୋକଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More