ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁ ଅଲାରନାଥଙ୍କ ପୀଠ ଓ ଶ୍ରୀକ୍ଷେତ୍ର ପୁରୀକୁ ନାମ ସଙ୍କ୍ରୀତନ ଯାତ୍ରା

16

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ବିଶ୍ଵର ମଙ୍ଗଳ ଉଦେଶ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ବାବା ଶ୍ରୀ ତପନ କୁମାର ଓଝା ଅଚ୍ୟୁତାନନ୍ଦଙ୍କ ଆଜ୍ଞା ଅନୁସାରେ ବରପଡା ସ୍ଥିତ ଶ୍ରୀ ଶ୍ରୀ ବଲୁଙ୍କେଶ୍ଵର ମହରୁଦ୍ରଙ୍କ ପୀଠରୁ ଶ୍ରୀ କ୍ଷେତ୍ର ପୁରୀ ଓ ମହାପ୍ରଭୁ ଅଲାରନାଥଙ୍କ ପୀଠକୁ ଯାଇ ସେଠାରେ ନାମ ସଙ୍କ୍ରୀତନ କରିଥାନ୍ତି । ୧୯୯୯ ମାହାବାତ୍ୟା ସମୟର ଘଟଣା , ସାରା ରାଜ୍ୟ ସୁନ ସାନ , ବାତ୍ୟା ଉଜାଡିଦେଇଥିଲା ସାରା ରାଜ୍ୟକୁ, କିନ୍ତୁ ବାବା ତପନ ଓଝା ପବିତ୍ର ଜନ୍ମାଷ୍ଟମୀ ଦିନ ନିଜର ସନ୍କ୍ରୀତନ ମଣ୍ଡଳୀ ସହ ପହଞ୍ଚିଥିଲେ ମାହାପ୍ରଭୁ ଅଲରାନାଥଙ୍କ ପୀଠରେ । ସେହି ବର୍ଷ ଠାରୁ ବାବା ତପନ ଓଝା ତାଙ୍କର ସଙ୍କ୍ରୀତନ ଯାତ୍ରା ଜାରି ରଖିଛନ୍ତି । ଚଳିତ ବର୍ଷ ପ୍ରଥମେ ବାବା ମା ବଟମଙ୍ଗଳାଙ୍କ ପୂଜା ଅର୍ଚନା ସହିତ ନାମ ସଙ୍କ୍ରୀତନ କରିଥିଲେ । ପରେ ପରେ ପବିତ୍ର ନରେନ୍ଦ୍ର ପୁସ୍କରଣୀ ଠାରେ ଜଗତ ମଙ୍ଗଳ ପାଇଁ ଅର୍ଘ୍ୟ ଦାନ କରିଥିଲେ । ପରେପରେ ମହାପ୍ରଭୁ ଅଲାରନାଥଙ୍କ ପୀଠକୁ ଯାଇ ନାମ ସଙ୍କ୍ରୀତନ କରିଥିଲେ । ପୁରାଣରେ ବର୍ଣିତ ଅଛି ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନରେ ଆସିଥିଲେ, ହେଲେ ସେ ସମୟରେ ମହାପ୍ରଭୁ ଅଣଶରରେ ଥିଲେ । ଚୈତନ ମହାପ୍ରଭୁ ଭାବ ବିହୋଲିତ ହୋଇ ପଣ୍ଡା ପରିହାରିଙ୍କୁ ପଚାରିଥିଲେ କଣ ସେ ଜଗତରନାଥଙ୍କୁ ଦର୍ଶନ କରିପାରିବେନି ? ପରିହାରି କହିଥିଲେ ୧୫ଦିନ ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କୁ ଦର୍ଶନ ମିଳିପାରିବନି । ଏକଥା ଶୁଣି ଶ୍ରୀଚୈତନ୍ୟଙ୍କ ମନ କଷ୍ଟରେ ଭରିଯାଇଥିଲା । ସେ ନିରୂପାଯ ହୋଇ ମହୋଦଧିକୁ ଝାସ୍ ଦେବାକୁ ଉଦ୍ୟମ କରୁଥିବାବେଳେ , ଏହି ସମୟରେ ଶୂନ୍ୟ ବାଣୀ ହେଲା ହେ ପରମାତ୍ମା ତୁମ୍ଭେ ସମୁନ୍ଦ୍ର୍ କୂଳେ କୂଳେ ୪ କୋଷ ଯାଅ ସେଠି ମୋର ଚତୁର୍ଦ୍ଧା ରୂପରେ ଅଲାରନାଥଙ୍କୁ ଦର୍ଶନ କର । ପରେ ପରେ ଶ୍ରୀ ଚୈତନ ମହାପ୍ରଭୁ ବ୍ରହ୍ମଗିରୀ ଅଭିମୁଖେ ଯାତ୍ରା କରି ଶ୍ରୀ ଅଲରାନାଥଙ୍କୁ ଦର୍ଶନ କରିଥିଲେ । ଅଣସରରେ ଅଲାରନାଥଙ୍କ ଦର୍ଶନ କଲେ କୋଟି ଜନ୍ମର ଫଳ ମିଳେ ବୋଲି ପୁରାଣରେ ବରଣିତ ଅଛି । ଶ୍ରୀ ଚୈତନ ମହାପ୍ରଭୁ ଶ୍ରୀ ଜୀଉଙ୍କୁ ଦର୍ଶନ କରି ଏତେ ବିଭୋଳ ହୋଇ ସେ ପଥର ଉପରେ ଗଡି ଯାଇଥିଲେ ତାଙ୍କ ହୃଦୟରେ ଏତେ ଭାବ ଜାଗ୍ରତ ହୋଇଥିଲାଯେ ପଥର ତରଳି ଯାଇଥିଲା । ସଙ୍କ୍ରୀତନ ମଣ୍ଡଳୀ ପହଞ୍ଚିଲା ପରେ ଅଲାରନାଥଙ୍କ ମୁଖ୍ୟ ସେବାୟତ ନାରାୟଣ ପୂଜାପଣ୍ଡା ବାବା ତପନ ଓଝାଙ୍କୁ ପାଛୋଟି ଆଣିଥିଲେ । ସେଠାରେ ଶ୍ରୀ କୃଷ୍ଣ ଜନ୍ମ ରାହାସ ପରିବେଷଣ ହୋଇଥିଲା । ପରେ ପରେ ବାବା ତପନ ଓଝା ଶ୍ରୀ କ୍ଷେତ୍ର ପୁରୀକୁ ଯାଇ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଜନ୍ମ ପର୍ବର ନିତିକନ୍ତି ଦର୍ଶନ କରି ବା ସଙ୍ଗେ ସଙ୍ଗେ ନାମ ସଙ୍କ୍ରୀତନରେ ବିଭୋରେ ହୋଇଥିଲେ । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More