ପବିତ୍ର ଗୁରୁ ଦିବସ ପାଳିତ

23

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : : ଆଜି ହେଉଛି ପବିତ୍ର ଗୁରୁଦିବସ।ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବର୍ହ୍ମ ତସ୍ମେଶ୍ରି ଗୁରୁବେ ନମଃ। ସାରା ଓଡ଼ିଶାରେ ଆଜି ଗୁରୁଦିବସ ପାଳନ ହେଉଥିବା ବେଳେ କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଠାରେ ଥିବା ଓଡ଼ିଶା ଷ୍ଟେଟ ବିଗ୍ରେଡ ସ୍କୁଲ ରେ ମହା ଆଡ଼ମ୍ବରରେ ଗୁରୁଦିବସ ପାଳନ କରାଯାଇଥିଲା।କଥାରେ ଅଛି ପ୍ରଥମ ଗୁରୁ ପିତା ମାତା ହେଲେ ଦ୍ଵିତୀୟ ଗୁରୁ ହେଲେ ଶିକ୍ଷା ଗୁରୁ।ଯାହାଙ୍କ ପାଖରୁ ଆମେ ସତ୍ ମାର୍ଗରେ ଯିବା ପାଇଁ ଶିକ୍ଷା ଗ୍ରହଣ କରିଥାଉ।ସେହି ଗୁରୁଙ୍କୁ ଆଜି ସ୍ଥାନେ ସ୍ଥାନେ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା।ଠିକ୍ ସେହି ପରି ଏହି ସ୍କୁଲ ରେ ମଧ୍ୟ ଛାତ୍ର ଛାତ୍ରୀ ଗୁରୁଙ୍କ ପାଦ ଧୋଇ ଗୁରୁଙ୍କ ପୂଜାର୍ଚ୍ଚନା କରିଥିଲେ।ଏହି ସ୍କୁଲର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷକ ମଙ୍ଗଳମୟ ରଥ ଙ୍କୁ ପୂଜାର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ବୁଲବୁଲ ନାୟକ, ସୁଲେଖା ସାହୁ, ସଙ୍ଗୀତା ରଣା,ଦମୟନ୍ତୀ ପାଣ୍ଡେ,ନୁରୁମ୍ ବେଗମ୍, ଜ୍ୟୋସ୍ନା ମେଣ୍ଡେଲି,ଅନିତା ତଣ୍ଡକା,କବିତା ମେହେରଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିବା ପରେ ଆଜିର ଗୁରୁଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ଅଭିଭାଷଣ ରଖିଥିଲେ।ଆଗକୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କଥାମାନି ସମସ୍ତ କାର୍ଯ୍ୟ କରି ଜଣେ ଜଣେ ଭଲ ମଣିଷ ହେବାକୁ ଦୃଢ଼ତା ର ସହ ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ବୌଦ୍ଧ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More