ସାଲେପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଜନାର୍ଦନପୁର ପ୍ରାଥମିକ ବିଦ୍ୟାଳୟର ପରିସରରେ ଅଶୁତୋଷ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଓ ପଞ୍ଚାୟତ କଳାପରିଷଦ ଦାମୋଦରପୁର ମିଳିତ ଅନୁକୂଲ୍ୟରେ ଆୟୋଜିତ ସ୍ୱାସ୍ଥ୍ୟ ସେବା ଶିବିରରେ ୨୦୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କଳା ପରିଷଦର ସଭାପତି ପ୍ରମୋଦ ନାୟକ ଓ ସମ୍ପାଦକ ବିଶ୍ୱଜିତ ପରିଡା,ପ୍ରକାଶ କୁମାର ମାହାନ୍ତି,କାଳନ୍ଦୀ ସାହୁ ,ରଞ୍ଜିତ ପୁହାଣ କଳମିଶ୍ରି ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅବିନାଶ ମୁଦୁଲି, ରମେଶ ଚନ୍ଦ୍ର ବେହେରା ସଙ୍ଗଠକ ଶ୍ରୀକାନ୍ତ ପଣ୍ଡା, ସରୋଜ ପାତ୍ର, କାର୍ତିକ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଗାଇନିଂ ସ୍ପେଶାଲିଷ୍ଟ ଡାକ୍ତର ଆଦିତି ବିଷ୍ଣୁ ,ମେଡ଼ିସିନ ସ୍ପେଶାଲିଷ୍ଟ ଡକ୍ଟର ଅବକାଶ ଯାଦବ ,ସର୍ଜରି ର ବିଶେଷଜ୍ଞ ଭିକେ ସେନଗୁପ୍ତ ରୋଗୀମାନଙ୍କୁ ଚିକତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଗଣା ମାସ୍କ ,ଔଷଧ ଆଦି ବଣ୍ଟନ କରା ଯାଇଥିଲା ଓ ରୋଗୀମାନଙ୍କୁ କରୋନା ପାଇଁ ସଚେତନ କରା ଯାଇଥିଲା।