ପବିତ୍ର ଗଣପର୍ବ ରଜରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

25

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲାତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ବିଜୁ ଜନତା ଦଳର କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସଙ୍କ ୬୪ ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ତିର୍ତ୍ତୋଲ ୧ ନଂ ଜୋନର ପୂର୍ବତନ ଜ଼ିଲ୍ଲାପରିଷଦ ତଥା ତିର୍ତ୍ତୋଲ ବ୍ଲକ ବିଜେଡି ଉପସଭାପତି ସନାତନ ଦଳାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ରବୀନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ଗୁରୁଜନ ମାନେ ପଂଚାୟତ ସଭାପତି ଶ୍ରୀଯୁକ୍ତ ଦାସଙ୍କ ଜନ୍ମ ଉତ୍ସବ ରେ ଆଶୀର୍ବାଦ ପ୍ରଦାନ କରିଥିଲେ. ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁ ନନା)ଙ୍କ ମଞ୍ଚ ସଂଯୋଜନା ରେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ସୋମନାଥ ପ୍ରଧାନ, ଶିକ୍ଷାବିତ ତଥା ପୂର୍ବତନ ସମିତି ସଭ୍ୟ ଗୋପୀନାଥ ଦାଶ, ଅବସର ପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ନାଥ ଜେନା, ଶିକ୍ଷାବିତ ରବୀନ୍ଦ୍ର ନାଥ ମହାପାତ୍ର, ପୂର୍ବତନ ୱାର୍ଡ ସଭ୍ୟ ବସନ୍ତ ସ୍ୱାଇଁ, କୈଳାସ ଚନ୍ଦ୍ର ସାହୁ, ସୁରେନ୍ଦ୍ର ପୃଷ୍ଟି, ସୁଦର୍ଶନ ଦାସ, ସରୋଜ କାନ୍ତ ନାୟକ, ବାମଦେବ ସାହୁ, ଗଣେଶ୍ୱର ଦାସ, ଦୁର୍ଯ୍ୟୋଧନ ରାଉତ, ଶିକ୍ଷାବିତ ସୁରେନ୍ଦ୍ର ନାଥ ସାହୁ, ପଞ୍ଚାନନ ଦଳାଇ, ମଦନ ମୋହନ ବାରିକ, ଶରତ ଚନ୍ଦ୍ର ପଲାଇ, ମାଧବ ବେହେରା, ନିମାଇଁ ପ୍ରସାଦ ଦାସ, ନାଗମଣୀ ମଲ୍ଲିକ, ନାରାୟଣ ରାଉତ, ଜ଼ିଲ୍ଲା ବିଜେଡି କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ରାଉତ, ପଞ୍ଚାୟତ ବିଜେଡି ଛାତ୍ର ସଭାପତି ଶିବ ଶଙ୍କର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ପ୍ରକାଶ ସ୍ୱାଇଁ, ବିକାଶ ମଲ୍ଲିକ, ବିଜୟ ମଲ୍ଲିକ, ଯୋଗେନ୍ଦ୍ର ସ୍ୱାଇଁ, ବନମାଳୀ ସାହୁ ପ୍ରମୁଖ ଙ୍କୁ ରଜ ପର୍ବ ଉପଲକ୍ଷେ ପଞ୍ଚାୟତ ତରଫରୁ ପୂର୍ବତନ ଜ଼ିଲ୍ଲା ପରିଷଦ ତଥା ବ୍ଲକ ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଦଳାଇ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧନା କରିଥିଲେ. ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ଯୁବ ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ, ଅଖିଲ ଦାସ, ସନ୍ଦୀପ ସ୍ୱାଇଁ, ସୌମେନ୍ଦ୍ର ଦଳାଇ, ସୋ୍ୟମ୍ଭୁ ବିଶ୍ୱାସ ସ୍ୱାଇଁ, ପିୟୁଷ ସ୍ୱାଇଁ, ପ୍ରତୀକ ଦଳାଇ, ଶୁଭମ ଦଳାଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More