ପବିତ୍ର ଉତ୍କଳ ଦିବସ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ଅନ୍ତର୍ଗତ ଚିଙ୍ଗୁଡ଼ିସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଉତ୍କଳ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ପ୍ରଧାନ ଶିକ୍ଷକ ବନମାଳୀ ନାୟକ ଉତ୍କଳ ଦିବସ କାହିଁକି ପାଳନ କରାଯାଉଛି ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ | ବିଦ୍ୟାଳୟ ର ସଭାପତି ଓ ଉପସ୍ଥିତ ଅଭିଭାବକ ମାନେ ଉପସ୍ଥିତ ଥିଲେ | ଏହାପରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ଭାବ ବିହ୍ଵଳ ବାତାବରଣ ପରିସ୍ଥିତି ହୋଇଥିଲା | ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ପରସ୍ପରକୁ ହୋଲି ଗୁଣ୍ଡ ଲଗାଇ ଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିର ଲଗାଇ ଥିଲେ | ଏହାପରେ ପଞ୍ଚମ ଶ୍ରେଣୀର ଛାତ୍ର ମାନେ କେସିଓ ଏବଂ ଟିଣ ଡବା, ପାଞ୍ଚ ଲିଟିରିଆ ପ୍ଲାଷ୍ଟିକ ଯାର ସାହାର୍ଯ୍ୟରେ ଅନେକ ଆଦିବାସୀ ଗୀତ ଗୁଡିକ ବଜାଇ ସବୁ ଛାତ୍ର ଛାତ୍ରୀ ବାଦ୍ୟର ତାଳେ ତାଳେ ନାଚିଥିଲେ | ସେହି ସମୟର ଦୃଶ୍ୟ ଦେଖି ଗ୍ରାମ ବାସୀ ଓ ଅଭିଭାବକ ମାନେ ବିମୋହିତ ହୋଇ ଭାବ ବିହ୍ଵଳ ହୋଇଥିଲେ | ସେହି ସମୟର ଦୃଶ୍ୟକୁ ଯିଏବି ଦେଖୁଥଲା ମନମୁଗ୍ଧ ହୋଇ ଯାଉଥିଲା | ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ | ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More