ପବିତ୍ର ଅକ୍ଷୟ ତୃତୀୟାରେ ଅବସରରେ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ

15

Get real time updates directly on you device, subscribe now.

ଆରଡି ( ସଂଘର୍ଷ ମିଡିଆ ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ୨୧ ଦିନ ବ୍ୟପି ଆରମ୍ଭ ହୋଇଛି ଚନ୍ଦନଯାତ୍ରା।  ହେଲେ ମହାମାରୀ କରୋନା ପାଇଁ ଲକଡାଉନ ଜାରି ହୋଇଥିବାରୁ ମଣିବାବାଙ୍କର ଶିବଗଙ୍ଗା ପୁଷ୍କରିଣୀରେ ଚାପଖେଳ କରାନଯାଇ, ବିଧିବିଧାନ ଅନୁଯାୟୀ ମନ୍ଦିର ଭିତର ବେଢାରେ ସମସ୍ତ ନୀତିକାନ୍ତି କରାଯାଉଛି। ଏଥିସହ ଏହି ନୀତିରେ ପରମ୍ପରା ଅନୁଯାୟୀ ମନ୍ଦିରର ୨୫୦ ସେବାୟତ ପରିବାର ଦୈନଦିନ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥାନ୍ତି।  ହେଲେ ଚଳିତ ବର୍ଷ ସାମାଜିକ ଦୂରତକୁ ଭିତ୍ତି କରି ୨୧ ଦିନ ଯାତ୍ରାରେ ପାଳି ଅନୁଯାୟୀ ସେବାୟତଙ୍କୁ ସେବା କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରବିବାର ଭୋର ୪ଟାରେ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ ମଣିବାବାଙ୍କ ଶୀତଳ ଉପଚାର ନୀତି ନିମନ୍ତେ ଦିଗମ୍ବର ବେଶରେ  ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ଚନ୍ଦନଯାତ୍ରା ପାଇଁ ମଣିବାବାଙ୍କ ଚଳନ୍ତି ପ୍ରତୀମା ଚନ୍ଦ୍ରଶେଖରଙ୍କୁ ସେବାକାରୀମାନେ ନାଟମଣ୍ଡପକୁ ବିଜେ କରିବା ପରେ ରୀତିନୀତି ଅନୁଯାୟୀ ଚନ୍ଦନ ନୀତିକାନ୍ତୀ ଅନୁଷ୍ଠିତ ହେବା ସହ ଏକ ଜଳକୁଣ୍ଡରେ ଚାପଖେଳ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More