କୋଟପାଡ଼(ସଂଘର୍ଷ ମିଡିଆ ) : କୋଟପାଡ଼ ବ୍ଲକ ଅନ୍ତର୍ଭୁକ୍ତ କୁସୁମୀ ପଂଚାୟତ ଅନ୍ତର୍ଗତ ମୁଣ୍ଡିପଦର,ପୁରଣା ମୁଣ୍ଡିପଦର, ଲାଠିଆଗୁଡା,ପଦରଗୁଡା,କଲ୍ୟାପାର ଓ ଉମରାପିଣ୍ଡି ଆଦି ଦଶ ଖଣ୍ଡ ଗ୍ରାମର ଗ୍ରାମବାସୀ କୁମୁମି ଫ୍ୟୁଜ କେନ୍ଦ୍ରରେ ତାଲା ପକାଇବା କୋଟପାଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାରମ୍ବାର ବିଦ୍ୟୁତ ସରବରାହରେ ବ୍ୟାଘାତ ପାଇଁ କିଛି ଦିନ ପୂର୍ବରୁ ଗ୍ରାମବାସୀମାନେ କୁସୁମୀ ସରପଞ୍ଚଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନଙ୍କୁ ପ୍ରଦାନ କରି ଆଶୁ ସମାଧାନ ର ଆଶା ରଖିଥିଲେ।ପୂର୍ବରୁ ମଧ୍ୟ ବହୁବାର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ଏସଡିଓ ଙ୍କ ନିକଟରେ କରିସାରିଛନ୍ତି।କିନ୍ତୁ କୌଣସି ସୁଫଳ ନ ପାଇବାରୁ ବାଧ୍ୟ ହୋଇ କୁସୁମୀ ଫ୍ୟୁଜ ସେଣ୍ଟର ପହଞ୍ଚି ତାଲା ପକାଇଥିବାର ଜଣାପଡିଛି।ଦିର୍ଘ ୧୫ ଦିନ ହେବ କୁସୁମୀ ପଂଚାୟତ ର ଦଶ ରୁ ପନ୍ଦର ଗୋଟି ଗ୍ରାମ ଅନ୍ଧାରରେ ଅଛି।କିନ୍ତୁ ବିଦ୍ୟୁତ ବିଭାଗ ତରଫରୁ ପୁନର୍ବାର ବିଦ୍ୟୁତ ସଂଯୋଗ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଜନସାଧାରଣ ଅଭିଯୋଗ କଲେ କେବଳ ପ୍ରତିଶ୍ରୁତି ଛଡା କିଛି ବି ମିଳୁନାହିଁ ଏଥିରେ ଗ୍ରାମବାସୀମାନେ ଶେଷକୁ ଅନ୍ୟ କୌଣସି ରାସ୍ତା ନ ପାଇ ତାଲା ପକାଇବାକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିନେଇଥିବା ଗ୍ରାମବାସୀମାନେ ଜଣାଇଛନ୍ତି। ବିଦ୍ୟୁତ ସରବରାହରେ ଦେଖାଯାଉଥିବା ସମସ୍ୟା ର ମୁଖ୍ୟ କାରଣ ହେଲା ଗ୍ରାମବାସୀମାନେ ବିଦ୍ୟୁତ ଦେୟ କୋଟପାଡ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଇଠ କରୁଥିବାବେଳେ କିନ୍ତୁ ବିଦ୍ୟୁତ ଯୋଗାଉଛନ୍ତି କୁନ୍ଦ୍ରା ବିଦ୍ୟୁତ ବିଭାଗ।ଫଳରେ ଉଭୟ କୋଟପାଡ଼ ଓ କୁନ୍ଦ୍ରା ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଥିବା ସ୍ଥଳେ ଦୀପ ତଳେ ଅନ୍ଧାର ଭଳି ଏହି ସବୁ ଗ୍ରାମରେ ବିଦ୍ୟୁତ ସରବରାହରେ ଦେଖାଯାଉଥିବା ବିଭ୍ରାଟ କୁ ବୁଦ୍ଧିଜୀବୀମାନେ ଗ୍ରହଣ କରିପାରୁନାହାନ୍ତି। ଏବଂ ଏହାର ତୀବ୍ର ସମାଲୋଚନା କରିଛନ୍ତି l ତେବେ ଦେଖିବାକୁ ବାକି ରହିଲା କେବେ ଠିକ ଭାବେ କୁସୁମୀ ପଞ୍ଚାୟତ ର ଏହି ଗ୍ରାମ ଗୁଡିକୁ ବିଦ୍ୟୁତ ସରବରାହ ପାଉଛନ୍ତି। କୋଟପାଡ଼ ରୁ କ୍ୟାମେରା ପେରସନ ସଞ୍ଜୟ ଙ୍କ ସହ ଜି ବି ରାଜ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।