ପନିକି ଚୋଟରେ ମହିଳାଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ପନଖି ଚୋଟରେ ମହିଳାଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପଲସପାଟ୍ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ପଲସପାଟ ଗ୍ରାମରେ ଅପରାହ୍ନ ୪ଟା ସମୟରେ ଚାରିଶମ୍ଭୁ ପାଣିଦଣ୍ଡ ଯାତ୍ରା ଚାଲୁଥିଲା l ପ୍ରାୟ ୫.୩୦ମି ସମୟରେ ହଠାତ୍ ଜଣେ ବ୍ୟକ୍ତି ଗ୍ରାମର ସୂର୍ଯ୍ୟକାନ୍ତି ପ୍ରଧାନ(୩୫) ନାମକ ଜଣେ ମହିଳାଙ୍କ ଘରେ ପଶି ଦଉଡେଇ ପନଖିରେ ଆକ୍ରମଣ କରିଥିଲା । ସେ ବ୍ୟକ୍ତି ଜଣକ ଚାରିଶମ୍ଭୁ ଦଣ୍ଡରେ ଆସିଥିବା ଜଣେ ଦଣ୍ଡୁଆ ବୋଲି କୁହାଯାଉଛି ।ଅନ୍ୟପଟେ ହତ୍ୟାକାରୀ ଜଣକ ଦଣ୍ଡୁଆ ନୁହେଁ ବୋଲି ଚାରିଶମ୍ଭୁ ଦଣ୍ଡ କମିଟି ପକ୍ଷରୁ ସୂଚନା ମିଳିଛି।ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ ହତ୍ୟାକାରୀ ଜଣକ ବାଉଁଶୁଁଣୀ ଥାନା କମ୍ପରା ଗ୍ରାମର ଉଗ୍ରସେନ ସେଠୀ ବୋଲି ଜଣା ପଡିଛି। ଏହି ଆକ୍ରମଣରେ ମହିଳାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ହତ୍ୟାକାରୀ ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡମାରିଥିବା ଜଣାପଡିଛି । ଏ ଘଟଣାକୁ ନେଇ ଗ୍ରାମରେ ଚାପାଉତ୍ତେଜନା ଦେଖାଦେଇଛି । ଖବର ପାଇ ବାଉଁଶୁଣୀ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରିରଖିଛି । ଅନ୍ୟପଟେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ପୋଲିସ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଆଲୋଚନା ହେଉଛି।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More