ପଦ୍ମପୁର ପାଇଖାନା ଦୁର୍ନୀତି, ଅଭିଯୋଗ ସାତ୍ବେ ପ୍ରଶାସନ କାହିଁକି ଚୁପ ?

15

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକରେ ପାଇଖାନା ତିଆରି ବାହାନାରେ କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି। ହେଲେ ସରକାର କାହାକୁ ବଞ୍ଚାଇବା ପାଇଁ ଚୁପ ରହିଛନ୍ତି ଓ ତଦନ୍ତ ନିର୍ଦ୍ଦେଶ କାହିଁକି ଦେଉନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ରାଜବୋଡାସମ୍ବର ବ୍ଳକ ଉପରେ।୨୦୧୮ରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୨୦୦୦ ଟଙ୍କାରେ ଗୋଟିଏ ଲେଟ୍ରିନ ସହ ଡବଲପିଟ ଟାଙ୍କି ତିଆରି କରାଯିବ। ଏବଂ ଗୋଟିଏ ଟାଙ୍କିର ମୂଲ୍ୟ ୧୧୯୫ ଟଙ୍କା। କିନ୍ତୁ ଏହି ବ୍ଳକରେ ସରକାରଙ୍କ ନିୟମକୁ ଫୁଫୁ କରିଦେଇ ଗୋଟିଏ ଟାଙ୍କି ତିଆରି କରି ଦ୍ବିତୀୟ ଟାଙ୍କି କରାଯାଇ ନାହିଁ । ସେହି ଟାଙ୍କିର ଟଙ୍କାକୁ ହଡ଼ପ କରିଥିବାର ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଏହି ବ୍ଳକର ଦାୟିତ୍ଵ ବହନ କରୁଥିବା ସ୍ବଚ୍ଛ ଭାରତ ମିଶନ ର ସଂଯୋଜକ ବିଜୟ ମହଲାଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା କଥା କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, ସେ ଦାୟିତ୍ଵ ରେ ଥାଇ ଜାଣି ନାହାଁନ୍ତି ତ, ଏହି ଦୁର୍ନୀତି ପାଇଁ ଉତ୍ତର ଦାୟୀ କିଏ? ତାହେଲେ ଏଥିପାଇଁ 5T ସଚିବ କି ମୁଖ୍ୟ ଶାସନ ସଚିବ କିମ୍ବା ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚରାଯିବ କି? ତେଣୁ ଜଳଜଳ ଭାବେ ଯାହା ପରିଲକ୍ଷିତ ହେଉଛି,ଉକ୍ତ ଦୁର୍ନୀତିରେ ପୂର୍ବ ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଠାରୁ ଆରମ୍ଭ କରି ଅନେକ କର୍ମଚାରୀ ସଂପୃକ୍ତ ଅଛନ୍ତି। ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଦୁର୍ନୀତିର ରହସ୍ୟ ପର୍ଦ୍ଦାଫାଶ ହୋଇପାରିବ ଓ କାଠଗଡ଼ାରେ କର୍ମଚାରୀ ଠିଆହେବେ। ତେବେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠୁଛି। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More