ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା

19

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆଜି ତାଲା ପକାଇଲେ ଅଭିଯୋଗକାରୀ। ଦୀର୍ଘ ଦିନ ଧରି ସିଲିଙ୍ଗ ପାଇଥିବା ଜମିର ପଟ୍ଟା ପ୍ରଦାନ ଅଭିଯୋଗ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଏଯାଏ ପଟ୍ଟା ନ ମିଳିବାରୁ ପ୍ରାୟ ସାଢେ଼ ଏଗାରଟା ସମୟରେ ତାଲା ପକାଇବାରୁ ପଦ୍ମପୁର ପୋଲିସ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ତାଲା ଭାଙ୍ଗିବା ପାଇଁ କହିବାରୁ ଅଫିସ ଭିତରେ ଥିବା କର୍ମଚାରୀ ମାନେ ତାଲାକୁ ଭାଙ୍ଗି ଥିଲେ। ଦୁର୍ନୀତିର ଗନ୍ତାଘର ବୋଲି ବିଭିନ୍ନ ସମୟରେ ପଦ୍ମପୁର ଚର୍ଚ୍ଚା ହୁଏ। ଏଠାରେ ଯାହା ପରିଲକ୍ଷିତ ହେଉଛି, ଆପଣ ମାନେ ଭିଜୁଆଲ ସ୍କ୍ରିନ ରେ ଦେଖି ପାରୁଥିବେ। ପଦ୍ମପୁର ସବକଲେକ୍ଟର ଅଫିସ ହେଉ କି ତହସିଲ କାର୍ଯ୍ୟାଳୟ,ସବରେଜିଷ୍ଟ୍ରୀ ଅଫିସ ହେଉ। ବିଭିନ୍ନ ସମୟରେ ତାଲା ମାରିବା ଘଟଣା ଅନେକ ଥର ଘଟିଛି। ନିୟମ ବାହାରେ ମଧ୍ୟ ବ୍ୟତିକ୍ରମ ହୁଏ। ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ କିଛି ଅସାଧୁ କର୍ମଚାରୀ ମାନେ ଅଭିଯୋଗ କାରୀ ମାନଙ୍କୁ ଖରାପ ବ୍ୟବହାର କରିଥାନ୍ତି। ଏଠାରେ ଆମେ କହି ରଖୁଛୁ ଯେ, ଏହି ଅଭିଯୋଗକାରୀ ମାନେ ହମିଦ ପଟ୍ଟା ପାଇଛନ୍ତି। କିନ୍ତୁ ତାହାକୁ ସରକାର ଖାରଜ କରିବା ପରେ ମେଜର ବନ୍ଦୋବସ୍ତ ପଟ୍ଟା ନ ମିଳିବାରୁ ଜମି ଭିତରକୁ ପଶିପାରୁ ନାହାଁନ୍ତି ସମ୍ପୃକ୍ତ ବ୍ୟକ୍ତିମାନେ। ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ନିରବ। ଅଭିଯୋଗ କାରୀଙ୍କ ସହିବାର ସୀମା ଟପି ଯିବାରୁ ତାଲା ପକାଇ ଦେଇଥିବା ଅଭିଯୋଗକାରୀଙ୍କ ଠାରୁ ସୂଚନା। ବରଗଡ଼ ଜିଲ୍ଲା ପ୍ରତିନିଧି ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More