ବରଗଡ (ସଂଘର୍ଷ ମିଡିଆ ) : ପଦ୍ମପୁରରୁ ଗାଇସିଲେଟ ମୁଖ୍ୟ ରାସ୍ତାର ଖଇରପାଲି ହାଇସ୍କୁଲ ପାଖରେ ନିର୍ମାଣ ହେଉଥିବା ପୋଳ ତିଆରି କାମ ସରିବ କେବେ? ଜୁନ ମାସ ପୂର୍ବରୁ ସରିବା କଥା ହେଲେ ପଦ୍ମପୁର ପୂର୍ତ୍ତବିଭାଗ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ କାମ ସରିପାରୁ ନାହିଁ।କାମ ନ ସରିବା ଯୋଗୁଁ ଗାଢୁଆ ଜମି ଓ ଏକ ପୋଖରୀ ର ପାର୍ଶ୍ଵରେ ଭାରିଯାନ ଯାତାୟାତ କରୁଥିବା ବେଳେ ସର୍ବସାଧାରଣ ଲୋକ ମାନେ ଅସୁବିଧାରେ ପଡ଼ୁଛନ୍ତି। ଏହି କାମ ଟି ଅତି ନିମ୍ନ ମାନର ହେଉଛି। ଜାଣିଶୁଣି ପ୍ରଶାସନ ଚୁପ କାହିଁକି? ଏଠାରେ ପ୍ରଶ୍ନ ଉଠୁଛି ଯେ ପୋଳ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାର କାରଣ କ’ଣ ହୋଇପାରେ। ପୂର୍ତ୍ତବିଭାଗ ଯନ୍ତ୍ରୀ ମାନଙ୍କୁ ପିସି ଦେବାରେ ଠିକାଦାର ବିଳମ୍ବ କଲେ କି? କିମ୍ବା ଠିକାଦାର ଙ୍କୁ ଠିକ ସମୟରେ ବିଲ କରାଯାଉନାହିଁ। ନିମ୍ନ ମାନର କାମ ହେବାର କାରଣ କ’ଣ ସର୍ବସାଧାରଣ ରେ ପ୍ରଶ୍ନ ସୃଷ୍ଟି ଉଠୁଛି। ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ମଧ୍ୟ ରହିଛି। ପୂର୍ତ୍ତବିଭାଗ ସଚିବ ଏହାର ତଦନ୍ତ କରିବେ କି?5ଟି ସରକାର ଙ୍କ ଦୁର୍ନୀତି ର ଭାବମୂର୍ତ୍ତି ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ସରକାର କେତେ ସ୍ବଚ୍ଛ? ପୂର୍ତ୍ତବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରୀକା ହେତୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।