ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥରକ୍ଵାରୀ ଓ କ୍ରସର ବନ୍ଦ ଦାବୀ ଦିନକୁ ଦିନ ତେଜିବାରେ ଲାଗିଛି l ଏହାକୁ ସମର୍ଥନ ଜଣାଇଲା ଜିଲ୍ଲା ବିଜେପି l ଘଟଣା ସ୍ଥଳକୁ ପହଞ୍ଚିଲେ ଉପଜିଲ୍ଲାପାଳ ଓ ତହସିଲଦାର । ବିଦ୍ୟାଳୟର ଉପସ୍ଥାନ ପହଞ୍ଚିଲା ୦୫ରେ । ପ୍ରକାଶ ଥାଉ କି ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥରକ୍ବାରୀ ଓ କ୍ରସର ବନ୍ଦ ଦାବୀରେ ଗଣଧାରଣା ଆଜି ୦୫ମଦିନରେ ପହଞ୍ଚିଥିବାବେଳେ ସ୍କୁଲର ଛାତ୍ର ଛାତ୍ରୀମାନେ ଆଜି ଚାରିଛକ ସ୍ଥିତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ପଥର କ୍ବାରୀ ଓ କ୍ରସର ଯୋଗୁଁ କେଉଁଭଳି ପ୍ରଭାବିତ ହୋଇ କିଡନୀ ଓ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ଦିନରାତି ମେସିନର ଘର୍ଘର ଶବ୍ଦ ଯୋଗୁଁ ପାଠପଢାରେ ସମସ୍ୟା ହେବାସହ ଖାଦ୍ୟ ଓ ପିଇବା ପାଣିରେ ପଥର ଗୁଣ୍ଡସବୁ ପଡିବା ଫଳରେ ସେହି ଖାଦ୍ୟ ଓ ପାଣିପଈ ବିଭିନ୍ନ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି ତାହା ଦାବୀ ରଖିଥିଲେ l ସର୍ବୋପରି ଚାଷଜମିର ଉର୍ବରତା କେମିତି କମୁଛି ସେ ସମ୍ପର୍କରେ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଆନ୍ଦୋଳନରେ ଲିପୁନ ଭୋକ୍ତା ଶୀବାନୀ ଦିପ ଶୁଭଶ୍ରୀ ମହାପାତ୍ର ସମୀର ବଗର୍ତ୍ତୀ ପ୍ରଭାସିନୀ ଭୁରଭୁରୀ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିବା ବେଳେ ବିଦ୍ୟାଳୟରେ ଆଶ୍ଚର୍ଯ୍ୟ ଜନକ ଭାବେ ଉପସ୍ଥାନ ମାତ୍ର ୦୫ରେ ପହଞ୍ଚିବା ପରେ ଜିଲ୍ଲାପ୍ରଶାସନର ମେରୀରାୟ ନୀତିକୁ ସାଧାରଣରେ ନାପସନ୍ଦ କରିବା ସହ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷରେ ଆଜି ଧାରଣାସ୍ଥଳରେ ବିଜେପିର ଜିଲ୍ଲାସଭାପତି ବିପ୍ରଚରଣ ମହାନ୍ତି ମଣ୍ଡଳ ସଭାପତି ତପନ ଡାଙ୍ଗ ପ୍ରଭୃତି ପହଞ୍ଚି ସୁନ୍ଦର ପରିବେଶ କୁ ଧ୍ବସଂ ଉଦ୍ୟମ କରୁଥିବା ସରକାରୀ ବାବୁମାନଙ୍କ କାର୍ଯ୍ୟକୁ ନାପସନ୍ଦ କରିବା ସହ ଗ୍ରାମବାସୀଙ୍କ ଆନ୍ଦୋଳନର ବିଜୟ କାମନା କରିବାସହ ସଦାସର୍ବଦା ଭାରତୀୟ ଜନତା ପାର୍ଟି ଏ ଆନ୍ଦୋଳନ ସହ ରହିବ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କରିଥିଲେ । ଠିକ ସେହିଭଳି ଛାତ୍ର ଛାତ୍ରୀମାନେ ତହଦିଲଦାରଙ୍କୁ ଦାବୀପତ୍ର ଦେଇ ଆସିବାର କିଛିକ୍ଷଣପରେ ଉଭୟ ଉପଜିଲ୍ଲାପାଳ ଓ ତହସିଲଦାର ଧାରଣାସ୍ଥଳକୁ ପହଞ୍ଚି ପିଲାଙ୍କୁ ସ୍କୁଲଛାଡିବା ପାଇଁ ବୁଝାସୁଝା କରି ଫେରିଯାଇଥିବା ଯଣାଯାଇଛି । ମାତ୍ର ଗ୍ରାମବାସୀ ଜିଲ୍ଲାପାଳ ସେପ୍ଟେମ୍ବର ୨୫ରେ କରିଥିବା ଘୋଷଣାନୁଯାୟୀ ପ୍ରଥମେ ପଥର କ୍ବାରୀ କ୍ରସର ବନ୍ଦ କରନ୍ତୁ ବୋଲି କହିଥିଲେ । ଆଗାମୀ ଦିନରେ ପରିସ୍ଥିତି କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା ଏହି ଆନ୍ଦୋଳନରେ ଆଜି ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ବର୍ମନ କହଁର ଦେବରାଜ ରଣା ସୁବଳ ଦୀପ ନାରାୟଣ କହଁର ବିମ୍ବାଧର ମୁଖି ସୁବଳ ଦୀପ ତିଳୋତ୍ତମା କହଁର ସୁନୀତା ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।