ପତ୍ନୀର ମାନ୍ୟତା ଦାବିରେ ପ୍ରେମିକ ଦୁଆରେ ପ୍ରେମିକା

11

Get real time updates directly on you device, subscribe now.

ମାହାଙ୍ଗା( ସଂଘର୍ଷ ମିଡିଆ ) :  ପ୍ରେମିକ ଦୁଆରେ ପ୍ରେମିକା। ପ୍ରେମିକାରୁ ପତ୍ନୀର ମାନ୍ୟତା ଦାବିକରି ଯୁବତୀ ଜଣକ ପ୍ରେମିକ ଘରେ ପହଂଚିଛନ୍ତି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରେମ ବ୍ୟାପାରକୁ ନେଇ ଗାଆଁ ଦାଣ୍ଡରେ ହାଇଭୋଲ୍ଟ ଡ୍ରାମା ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳୀରେ ପହଂଚି ପ୍ରତାରିତା ପ୍ରେମିକାକୁ ଉଦ୍ଧାର କରିବା ମାହାଙ୍ଗା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି l ଯୁବତୀକୁ ବୋହୂଭାବେ ଗ୍ରହଣ ନକରି ଯୁବକର ପରିବାର ସଦସ୍ୟ ଆଇନୀକୁ ହାତକୁ ନେଇ ଯୁବତୀ ଜଣକୁ ମାଡମାରି ଘରୁ ତଡ଼ିଦେବା ସହିତ କେନାଲ ଭିତରକୁ ଠେଲିଦେବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ପ୍ରେମିକା , ପୋଲିସ ମାମଲା ରୁଜୁକରି ଅପରାଧୀଙ୍କୁ ଧରିବା ପାଇଁ ଚଢ଼ାଉ ଆରଂଭ କରିଛି l ସୂଚନାନୁସାରେ, ଲକ୍ଷ୍ମୀନାରାୟଣପୁର ଗାଁ’ର ଯୁବତୀ ଲେଇଲା (ଛଦ୍ମନାମ) ହଳଦିଆ ପଞ୍ଚାୟତ ଇଟାମୁଣ୍ଡୁଳି ଗାଆଁର ଯୁବକ ଅଲେଖ ମଳିକକୁ ୫ ବର୍ଷ ହେବ ପ୍ରେମ କରୁଥିଲା l ତେବେ ପ୍ରେମିକାରୁ ପତ୍ନୀର ମାନ୍ୟତା ଦାବିକରି ଯୁବତୀ ଜଣକ ପ୍ରେମିକ ଘରେ ଗତ ଜାନୁଆରୀ ମାସରେ ପହଂଚିବାରୁ, ବଡପୁଅ ବାହାହୋଇ ନଥିବାରୁ ମଝିଆଁ ପୁଅ କିପରି ବାହାହବ ? ଏଭଳି ପ୍ରଶ୍ନ ଉଠାଇ ତୁ ‘ ଅପେକ୍ଷା କର ବୋଲି ପ୍ରତିଶ୍ରୁତି ଦେଇ, ଯୁବକର ପରିବାର ପକ୍ଷରୁ ଯୁବତୀକୁ ବୁଝାସୁଝା କରି ସେତେବେଳେ ଫେରାଇ ଦିଆଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପ୍ରେମିକା। ପୁନର୍ବାର ଯୁବତୀ ଜଣକ ଗତ କାଲି ୧୮ ତାରିଖ ଶୁକ୍ରବାର ରାତିରେ ପ୍ରେମିକ ଘର ଦୁଆରେ ପହଂଚିଥିଲା l ମାତ୍ର ଯୁବକର ପରିବାର ଏହି ଯୁବତୀକୁ ଘରୁ ତଡ଼ିଦେବା ସହ ମାଡ ମରିବା ନେଇ ଓ ପାଣିକୁ ଠେଲିଦେବା ଭଳି ସଂଗୀନ ଅଭିଯୋଗ ସହ ଆଜି ଏତଲା ଦିଆ ଯାଇଛି l ପୋଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳୀରେ ପହଂଚି ପୀଡିତା ଯୁବତୀକୁ ଉଦ୍ଧାର କରିଥିଲା ଏବଂ ଯୁବତୀକୁ ତାଙ୍କ ବାପା ପ୍ରଫୁଲ୍ଲ ବେଜଙ୍କ ଜିମା ଦେଇଥିଲା l ପ୍ରେମରେ ଧୋକ୍କା ଖାଇବା ଭଳି ଅନେକ ଅଭିଯୋଗ ଆସୁଛି ସତ, ମାତ୍ର ଯୁବ ପୀଢ଼ିଙ୍କୁ ଏସବୁରେ କିଛିବି ଫରକ ପଡୁନି l ଧୋକାବାଜ ପ୍ରେମିକ ମାନେ ଏଭଳି ଘଟଣାରୁ ଯେପରି ଖସି ନପାରିବେ ସେଥିପାଇଁ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣକରିବାକୁ ପ୍ରତିଶ୍ରୁତି ଉପରେ ଏବେ ସମସ୍ତଙ୍କ ନଜର l






Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More