ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ଆଜି ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୭ ତମ ଜୟନ୍ତୀ ଓଷ୍ଟା ଶିକ୍ଷକ ଭବନ ପରିସରରେ ପାଳିତ ହୋଇଜାଇଛି।ଏଥିରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତାକରି ପଣ୍ଡିତ ନୀଳକଣ୍ଠ ଦାସ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେବୋଲି କହିବା ସହିତ ତାଙ୍କ ପରି ନୀତି ନିଷ୍ଠ ଆଚାର୍ଯ୍ୟ ଓ ଆଦର୍ଶ ଜନନାୟକ ଆଜିର ଦୁନିଆରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଓଷ୍ଟା ର ଜିଲ୍ଲା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ ତାଙ୍କ ବକ୍ତବ୍ୟ ରେ ସ୍ବର୍ଗତ ଦାସ ଏକାଧାରରେ ସେ ଥିଲେ ବାଗ୍ମୀ, ଶିକ୍ଷାବିତ ସୁ ସହିତ୍ୟକ, ସମାଜ ସଂସ୍କାରକ ଓ ଆଦର୍ଶ ଜନ ନେତା।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଅମୁଲ୍ୟ କୁମାର ମିଶ୍ର, ପ୍ରଭାକର ସାହୂ, ଇଞ୍ଜିନିୟର ସମ୍ବିତ କୁମାର ବାରିକ ଓ ଆର୍ଯ୍ୟ ଅଭିଷେକ ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରି ପଣ୍ଡିତ ନୀଳକଣ୍ଠ ଦାସ ନିଜ ପ୍ରତିଭା ବଳରେ ପ୍ରାୟ ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସାମାଜିକ ,ସଂସ୍କୃତିକ ଓ ରାଜନୈତିକ ଜୀବନକୁ ସମୃଦ୍ଧ କରିଥିଲେ ବୋଲି କହିଥିଲେ।ଶେଷରେ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସ୍ମୃତି ଚାରଣ ସଭାରେ ସ୍ଥାନୀୟ ବୁଦ୍ଧି ଜୀବୀ ମାନେ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।