ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ, ଭାଇଚାରାର ବାର୍ତ୍ତା ଦେଲେ ପାପଡାହାଣ୍ଡି ମୁସଲିମ ସମାଜ

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ପଣା ସଂକ୍ରାନ୍ତି , ଓଡ଼ିଆ ନବବର୍ଷ ପାଳନ, ଓଡ଼ିଆ ନୂଆ ବର୍ଷ ଏହି ଅବସରରେ ଏକ ହିନ୍ଦୁ ମହାସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଶିବ ମନ୍ଦିର ଠାରୁ ବସ ଷ୍ଟାଣ୍ଡର ପ୍ରରିକ୍ରମା କରିଥିଲେ | ଏହି ଶୋଭାଯାତ୍ରାରେ ୫ ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଥିଲେ l ଗେରୁଆମୟ ପତାକା ରେ ସାଜସଜ୍ଜା ହୋଇଥିଲା l ମୁଖ୍ୟ ରାସ୍ତା ଶାନ୍ତି ଶୁଙ୍ଖଳା ଲାଗି ପାପଡାହାଣ୍ଡି ଥାନା ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଶ୍ରୀନୁ ରାଓଙ୍କ ହନୁମାନ ବେଶ ବେଶ୍ଏ ଅକର୍ଷଣ ହୋଇଥିଲା l ଏହି ଅବସର ରେ ପାପଡାହାଣ୍ଡି ମୁସଲିମ କମିଟି ପକ୍ଷରୁ ହିନ୍ଦୁ ଭାଇ ଭଉଣୀ ମାନଙ୍କ ପାଇଁ ସର୍ବତ, କୋଲ୍ଡ ଡ୍ରିଙ୍କ, ଥଣ୍ଡା ପାଣିର ବ୍ୟବସ୍ଥା କରିଥିଲେ | ମୁସଲିମ ଭାଇମାନେ ଭାଇଚାରାର ବାର୍ତ୍ତା ଦେଇଥିଲେ | ମୁସଲିମ ସମ୍ପ୍ରଦାୟ ର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଜଣାଇଛନ୍ତି | ଏହି ଅବସରରେ ମୁସଲିମ ସମ୍ପ୍ରଦାୟକୁ ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ମନୋହର ରନ୍ଧାରୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା , ଡାବୁଗାଁ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀନି ଡ .ଲିପିକା ମାଝୀ,ପି ଜଗମୋହନ ରାଓ, ପି ଏଲ ଭି ମେମ୍ବର ରାଜ କିଶୋର ରାଓ, ଜି ଆନନ୍ଦ ମୂର୍ତ୍ତି ,କୈଳାସ ଅଗ୍ରୱାଲ, ସହ ପ୍ରମୁଖ ଯୋଗ ଦେଇଥିଲେ ଓ ଏହି ବାର୍ତ୍ତା କୁ ଦେଖି ସମସ୍ତେ ଧନ୍ୟବାଦ ଜଣାଇଛନ୍ତି | ଏହି ସମୟରେ ମୁସଲିମ କମିଟି ସଦସ୍ୟ ସମାଜ ସେବୀ ବବଲୁ ଖାନ , ଆଫଜାଲ ଖାନ୍ , ଲାଲ ମହମ୍ମଦ ଖାନ, ଅବଦୁଲ ଆଜିଜ ଖାଁ , ଆରବାଜ ଖାନ୍ ,ଏମ୍.ଡି ଗୁଫରାନ୍ ,ମହମ୍ମଦ ଇମରାନ, ନୁରୁଲ୍, ସଏବ ଖାନ, ହାସ୍ସାନ୍ନ୍ ରାଜା, ଅବଦୁଲ ଆଜ଼ିଜ଼ , ମହମ୍ମଦ ରିଆଜ ଅନ୍ୟ ମୁସଲିମ ଭାଇ ମାନେ ଉପସ୍ଥିତ ରହିଥିଲେ l ଏହି ଭଳି ପ୍ରତେକ ବର୍ଷ ଭାଇଚାରା ବାର୍ତ୍ତା ଦେବା ପାଇଁ ପାଣି, ସର୍ବତ ,ଥଣ୍ଡା ପାନୀୟ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ବଣ୍ଟନ କରିବେ ବୋଲି ମୁସଲିମ ସମାଜ ଭାଈ ମାନେ ବାର୍ତ୍ତା ଦେଇଥିଲେ |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More