- କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ପଟ୍ଟାମୁଣ୍ଡାଇ ତହସିଲ ଅଧିନରେ ଥିବା ତେରୋହି ଗ୍ରାମରେ ପାଖାପାଖି ଦୁଇ ଏକର ସରକାରୀ ଜମିକୁ ସେହି ଗ୍ରାମର କାଶୀନାଥ ଭୋଳ ନିଜ ନାମରେ କରିନେଇଥିବା ନେଇ ଖୁଲାଶା କରିଛନ୍ତି ଆଳି ଅଞ୍ଚଳର ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ଆଚାର୍ଯ୍ୟ। ପଟ୍ଟାମୁଣ୍ଡାଇ ପ୍ରାକ୍ତନ ତହସିଲଦାର ଶରତ ଚନ୍ଦ୍ର ଗିରି, ପେସ୍କାର ଓ ପ୍ରାକ୍ତନ ଅମିନ ପଦ୍ମଲୋଚନ ସୋରେନ ଙ୍କ ନାମରେ ପଟ୍ଟାମୁଣ୍ଡାଇ ଥାନାର ଲିଖିତ ଅଭିଯୋଗ କରିଛନ୍ତି ସୁଚନା ଅଧିକାର କର୍ମୀ ଦୁଷ୍ମନ୍ତ ଆଚାର୍ଯ୍ୟ, ସେ ଆହୁରି କହିଛନ୍ତି ସରକାରଙ୍କ ଜମି କେମିତି କାଶୀନାଥ ଭୋଳଙ୍କ ନାମକୁ କରାଗଲା। ଏସବୁ ବେଆଇନ କାର୍ଯ୍ୟ ପାଇଁ କିଏ ଦାୟୀ ପ୍ରକୃତ ତଦନ୍ତ କରି ବେଆଇନ କାର୍ଯ୍ୟ କରିଥିବା ଅଫିସର ଓ କର୍ମଚାରୀ ଙ୍କ ଉପରେ କଡା ରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ସରକାରୀ ପଦରେ ରହି ବେଆଇନ କାର୍ଯ୍ୟ କରୁଥିବା ଅଫିସର ଓ କର୍ମଚାରୀ ମାନେ ନିଶ୍ଚୟ ସୁଧୁରିବାକୁ ଚେଷ୍ଟା କରିବେ।ଏଠି ପ୍ରଶ୍ନ ଉଠୁଛି ତହସିଲଦାର ନିଜେ ସରକାରୀ ସମ୍ପତ୍ତି କୁ ହଡ଼ପ କରୁଛନ୍ତି ତା’ହେଲେ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଉଚିତ। ଆପଣମାନେ ଦେଖିଥିବେ ଯେଉଁଠି କିଛି ସମସ୍ୟା ଦେଖାଦିଏ ବଡ଼ ବଡ଼ ଅଫିସର ମାନଙ୍କୁ ଖସାଇ ଦିଆଯାଏ ଓ ଛୋଟ ତଳିଆ କର୍ମଚାରୀ ମାନଙ୍କୁ ନିଲମ୍ବନ କରାଯାଏ। ଏହା ଆମ ସମ୍ବିଧାନର ଆଇନିକୁ ଅଣଦେଖା କରାଯାଉନି କି ?
Get real time updates directly on you device, subscribe now.