ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟକୁ ଲୋକାୟୁତ ଟିମ୍ ର ତଦନ୍ତ,

11

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମହିଳା କଲେଜକୁ ଲୋକାୟୁତ ଟିମ୍ ଆସି ତଦନ୍ତ ଚଳାଇଛନ୍ତି। ଏହି ମହିଳା ମହାବିଦ୍ୟାଳୟ ର ସ୍ଥାପିତ ୨୫.୮.୧୯୮୮ ରିଖ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବାସି ଏହି ମହିଳା କଲେଜ ବା ମହିଳା ଶିକ୍ଷା ଅନୁଷ୍ଠାନ ଗଢି ତୋଳିବା ପାଇଁ ପଟ୍ଟାମୁଣ୍ଡାଇ ର ବହୁ ବୁଦ୍ଧିଜୀବୀ ଓ ଶିକ୍ଷିତ ବ୍ୟକ୍ତି ମାନେ ମୁଠିଏ ଚାଉଳ ଆଦାୟ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟ ଓ ବହୁ ବାଧାବିଘ୍ନର ସମ୍ମୁଖିନ ହୋଇ ଏହି ମହିଳା ଶିକ୍ଷା ଅନୁଷ୍ଠାନ ଗଢ଼ିବା ପାଇଁ ପଣ କରିଥିଲେ। ପଟ୍ଟାମୁଣ୍ଡାଇରୁ କିଛି ମହାନ ବ୍ୟକ୍ତି ମାନେ ମହିଳା କଲେଜକୁ ଜମି ଓ ଘର ତିଆରି ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥିଲେ। ଏହି ମହିଳା ମହାବିଦ୍ୟାଳୟ ପଟ୍ଟାମୁଣ୍ଡାଇର ଗର୍ବ ଓ ଗୈାରବ ହୋଇଥିବା ବେଳେ ଏହି ମହିଳା ମହାବିଦ୍ୟାଳୟ ବିରୋଧରେ ଡେରାବିଶର ରାଧାକାନ୍ତ ମହାନ୍ତି,ଓ ମାର୍ଶାଘାଇ ର ପ୍ରତାପ ମହାନ୍ତି ଙ୍କ ଅଭିଯୋଗକୁ ଭିତ୍ତିକରି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟକୁ ଆଜି ତା ୧୨.୧୦.୨୦୨୦ ରିଖ ସୋମବାର ଦିନ ଲୋକାୟୁତ ଟିମ୍ ଆସି ତଦନ୍ତ ଚଳାଇଛନ୍ତି। ଏହି ମହିଳା ମହାବିଦ୍ୟାଳୟ+୨କୁ ସରକାର ଟଙ୍କାଟିଏ ଅନୁଦାନ ଦେଇନାହାନ୍ତି। ଯେଉଁ ଟଙ୍କା ଦେଇଛନ୍ତି ମୁନିସିପାଲିଟି ଓ ପୁର୍ତ୍ତବିଭାଗ ଦେଇଛନ୍ତି ଓ ସେହି କାର୍ଯ୍ୟ ସେହି ବିଭାଗ ନିଜେ କରିଛନ୍ତିି। ଏହି ଅଭିଯୋଗ ମିଥ୍ୟା ବୋଲି ଜଳ ଜଳ ଦେଖା ଜାଉଛି। ଏହାଛଡା ନିଯୁକ୍ତି କଥା ଉଠୁଛି ଯେହେତୁ ଏହା ମ୍ୟାନେଜମେଣ୍ଟ ଦାଇତ୍ୱରେ ସରକାରଙ୍କ ସିକୃତି ପାଇନାହିଁ +୩ ର ଲୋକାୟୁତ କିଛି ହସ୍ତକ୍ଷେପ କରିବେ ନାହିଁ ବୋଲି ନିଜେ ଲୋକାୟୁତ କହିଥିଲେ। ପଟ୍ଟାମୁଣ୍ଡାଇ ବାସୀ ଏ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ନିନ୍ଦା କରିଛନ୍ତି।ଏ ଅଭିଯୋଗ ଏକ ଚକ୍ରାନ୍ତର ବିଷୟ ମନେ ହେଉଥିବା ବେଳେ କିଛି କୁଚକ୍ରି ମାନେ ପଟ୍ଟାମୁଣ୍ଡାଇ କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ଚଳାଉଛନ୍ତି ବୋଲି ସିଧାସଳଖ କହିଛନ୍ତି। କେନ୍ଦ୍ରାପଡ଼ା ନକ୍ସାକୁ ଅନୁଧ୍ୟାନ କଲେ ପଟ୍ଟାମୁଣ୍ଡାଇ ଏକ ୫ଟି ବ୍ଳକ୍ ର ଯାତାୟତର ପେଣ୍ଠସ୍ଥଳୀ ଥିବାବେଳେ ବିଧାନସଭା ରୁ ପଟ୍ଟାମୁଣ୍ଡାଇ ନାଁକୁ ହଜାଇ ଦିଆଗଲା, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ମାନ୍ୟତା ପାଇଥିବା ବେଳେ ଆଦର୍ଶ ଥାନା ପାଇଁ ଜମି ଅଧିଗ୍ରହଣ ହୋଇପାରୁନାହିଁ ଓ ଏଠାରେ ଏକ ବସ୍ ଷ୍ଟାଣ୍ଡର ଆବଶ୍ୟକ ଥିବା ବେଳେ ବସ୍ ଷ୍ଟାଣ୍ଡଟିଏ ନାହିଁ,ଓ ସବ୍ ଡିଭିଜନ ପାଇଁ କାହାରି ହୃଦୟ କାନ୍ଦୁନି। କିନ୍ତୁ ଏଇ ମାଟିରେ ଜାହା ହୋଇଛି ବଦନାମ କରାଯାଉଛି।ଏଭଳି ଘର୍ଣ୍ଣ ଚିନ୍ତାଧାରା କରୁଥିବା ବ୍ୟକ୍ତି ମାନଙ୍କୁ ଆଗାମୀ ଦୀନରେ ପଟ୍ଟାମୁଣ୍ଡାଇ ବାସୀ ଉଚିତ୍ ଜବାବ ଦେବେ ବୋଲି ମତ ବ୍ୟକ୍ତ କରିଛନ୍ତି। ଏହି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ବା ପବିତ୍ର ଶିକ୍ଷା ଅନୁଷ୍ଠାନ କୁ କେସ୍ କରି ସମଗ୍ର ରାଜ୍ୟ ଓ ଦେଶ ମାନଙ୍କରେ ବଦନାମ ନକରି ପଟାମୁଣ୍ଡାଇର ଉର୍ଣ୍ଣତି କଥା ଚିନ୍ତାକଲେ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
( ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More