କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର ପ୍ରଥମ ବୈଠକ ହୋଇଯାଇଛି। ଆଜି ତା ୧୯.୫.୨୦୨୨ ରିଖ ବୁଧବାର ଦିନ ପଞ୍ଚାୟତ ସମିତି ସଭା ଗୃହରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନରେ ଥିବା ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ପଞ୍ଚାୟତର ବିକାଶ କିପରି ହୋଇ ପାରିବ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଏହି ବୈଠକରେ ଶାସନ ପଞ୍ଚାୟତ ସରପଞ୍ଚ, ବାଲିପାଟଣା ପଞ୍ଚାୟତ ସରପଞ୍ଚ ଓ ବଳଭଦ୍ରପୁର ସରପଞ୍ଚ ନିଜ ନିଜର ସ୍ଥାନରେ ଛିଡ଼ାହୋଇ ନିଜ ପଞ୍ଚାୟତରେ ଥିବା ସମସ୍ୟା ସମ୍ପର୍କରେ ରାଜନଗର ବିଧାୟକ ଓ ନବନିର୍ବାଚିତ ବ୍ଲକ ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ନବନିର୍ବାଚିତ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକର ମୁଖ୍ୟଅତିଥି ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗେ ଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ, ପଞ୍ଚାୟତର ବିକାଶ କରାଇବା ସହିତ ଗରିବ ଲୋକମାନଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା କିପରି ଲୋକମାନଙ୍କ ନିକଟରେ ପହଂଚିବ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ। ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର ଆଜିର ପ୍ରଥମ ବୈଠକ ରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ୍ର ପରିଡା, ତହସିଲଦାର ଦିଲ୍ଲୀପ କୁମାର ସେଠି, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ପ୍ରସଙ୍ଗ ତଥା ସ୍ୱଚ୍ଚଭାରତ, ପାନୀୟଜଳ, ସ୍ୱାସ୍ଥ୍ୟର ବିକାଶ, ମହିଳା ଶିଶୁ ବିକାଶ,ମିଶନ ଶକ୍ତି, କୃଷକଙ୍କ ସମସ୍ୟା, ଚାଷଜମିକୁ ଜଳସେଚନ, ରାସ୍ତାଘାଟ ଉନ୍ନତି କରଣ, ଶିକ୍ଷାର ଉନ୍ନତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଇଥିବାର ନଜରକୁ ଆସିଛି। ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧକ୍ଷ ସାମନ୍ତରାୟ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିକୁ ଏକ ଆଦର୍ଶ ପଞ୍ଚାୟତ ସମିତି ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)