କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଶାସନ ଗ୍ରାମର ବାଧବା ଶାନ୍ତି ଲତା ନାୟକଙ୍କ ବାଡ଼ିରେ ଗୋଟିଏ ନଡିଆ ଗଛକୁ କେନ୍ଦ୍ରକରି ପଡୋସି ବିଷ୍ଣୁ ଚରଣ ନାୟକ ପଟାମୁଣ୍ଡାଇ ତହସିଲଦାର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗିରିଙ୍କ ନିକଟରେ ଗଛକାଟି ବାକୁ ନେଇ ଅଭିଯୋଗ କରିଥିଲେ। ଆଜି ପଟାମୁଣ୍ଡାଇ ତହସିଲଦାର ଶରତ ଚନ୍ଦ୍ର ଗିରି ଶାସନ ଗ୍ରାମର ଶାନ୍ତି ଲତା ନାୟକଙ୍କ ଘରକୁ ଜାଇଥିଲେ ଘରେ କେହି ପୁରୁଷ ଲୋକେ ନଥିବାରୁ ଶାନ୍ତି ଲତା ନାୟକଙ୍କୁ ଗଛ କାଟିବା ପାଇଁ କହିଥିଲେ, ଶାନ୍ତି ଲତା କହିଥିଲେ ପ୍ରଥମେ ଏ ଯାଗା ମାପାଯାଉ ତାପରେ ମୋ ଗଛ କାଟିଦେଲେ ମୋର କିଛି ଆପତ୍ତି ନାହିଁ।ଏ କଥା ଶୁଣି ପଟାମୁଣ୍ଡାଇ ତହସିଲଦାର ଶରତ ଚନ୍ଦ୍ର ଗିରି ରାଗି ବଡପାଟିରେ ଗାଳି ଦେଇଥିଲେ। ତହସିଲଦାରଙ୍କ ଗାଳିକୁ ରେକଡ କରୁଥିବା ଜୟଶ୍ରୀ ନାୟକଙ୍କୁ ତହସିଲଦାର ଦେଖିଥିଲେ ଜୟଶ୍ରୀ ପାଖରୁ ମୋବାଇଲ୍ ଛଡ଼ାଇ ତଳକୁ ଫୋପାଡି ଦେବା ସଙ୍ଗେ ସଙ୍ଗେ ଜୟଶ୍ରୀଙ୍କୁ ଏକ ସକ୍ତଧକା ଦେଇଥିଲେ। ଜୟଶ୍ରୀ ର ମାଆ ତହସିଲଦାର ଶରତ ଚନ୍ଦ୍ର ଗିରି ଙ୍କୁ ଅଟକାଇବାରୁ ପଟାମୁଣ୍ଡାଇ ତହସିଲଦାର ଶରତ ଚନ୍ଦ୍ର ଗିରି ଜୟଶ୍ରୀ ର ମାଆକୁ କଡା ଭାଷାରେ ଗାଳି କରିବା ସହ ଧକା ମରାମରି କରିଥିଲେ ଓ କହିଥିଲେ ତୁମକୁ ଦେଖିଦେବି ବୋଲି ଏସବୁ କଥା ଦେଖି ବୋହୁ ଶ୍ଵାଗତିକା ନାୟକ ବହୁତ ଡରିଜାଇଥିଲେ। ସଙ୍ଗେ ସଙ୍ଗେ ଶାନ୍ତି ଲତା ନାୟକ ପଟାମୁଣ୍ଡାଇ ତହସିଲଦାର ଶରତ ଚନ୍ଦ୍ର ଗିରି ଙ୍କ ନାଁ ରେ ଏତଲା ଦେଇଥିଲେ।ଏ ଖବର ପାଇ ତହସିଲଦାର ଶରତ ଚନ୍ଦ୍ର ଗିରି ପଟାମୁଣ୍ଡାଇ ଥାନାରେ ପାଲଟା ଅଭିଯୋଗ ଦାଖଲ କରି ଜିବା ସମୟରେ ମାଆ ଶାନ୍ତି ଲତା ଓ ଝିଅ ଜୟଶ୍ରୀ ତହସିଲଦାର ଗାଡ଼ି ଆଗରେ ଠିଆହୋଇ ଥିଲେ ଓ ପଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ଙ୍କୁ କହିଥିଲେ ସାର୍ ଏ ତହସିଲଦାର ମୋତେ ଓ ମୋଝିଅଙ୍କୁ ମାରିଛନ୍ତି ଆପଣ ଗିରଫ କରନ୍ତୁ। ପଟାମୁଣ୍ଡାଇ ଆଇଆଇସି ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ କହିଥିଲେ ଆପଣମାନେ ଗାଡି ଛାଡନ୍ତୁ ମୁଁ ସମସ୍ତ କଥା ବୁଝିବି।ଏହା ପରେ ତହସିଲଦାର ଙ୍କ ଗାଡ଼ି ଛାଡିଥିଲେ। ଏବେ ଦେଖିବାକୁ ବାକି ରହିଲା ପଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ କିପରି ତଦନ୍ତ କରି ନ୍ୟାୟ ପ୍ରଦାନ କରୁଛନ୍ତି। ତହସିଲଦାରଙ୍କ ଏଭଳି ଦାଦାଗିରିକୁ ସେଠାକାର ଲୋକମାନେ ନିନ୍ଦା କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ସାଧାରଣ ଲୋକମାନେ କେତେ ସୁରକ୍ଷିତ।