କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବଳଭଦ୍ର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ସରକାରୀ ଦଣ୍ଡା ଗୋଚର ଓ ଖେଳ ପଡିଆକୁ ଅକ୍ତିଆର କରି ବେଆଇନ୍ ଇଟା ପ୍ରସ୍ତୁତ କରୁଥିବାର ନଜରକୁ ଆସିଛି । ଦୀର୍ଘ ୨୦ ବର୍ଷରୁ ଏହି ଇଟା ମାଫିଆମାନେ କୋଟି କୋଟି ଟଙ୍କାର ବେଆଇନ୍ ଇଟାଭାଟି ପ୍ରସ୍ତୁତ କରି ନିଆଁ ଲଗାଇ ପରିବେଶ ଦୁଷିତ କରିବାରେ ମାହିରି। ମାଟିଇଟା ପ୍ରସ୍ତୁତି କରିବାପାଇଁ ସରକାର ଙ୍କ ଆଇନ୍ ବ୍ୟବସ୍ଥା ବହୁ କଟକଣା ଥିବାବେଳେ ବଳଭଦ୍ର ପୁର ଗ୍ରାମର ଇଟା ମାଫିଆମାନେ ସରକାରଙ୍କ ନିଅମକୁ ନମାନି ମାଟିଇଟା ବହୁ ମାତ୍ରାରେ କରିବାସହ ପରିବେଶ ଦୁଷିତ କରୁଛନ୍ତି। ଏବିଷୟରେ ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗିରି ବଳଭଦ୍ର ପୁର ଗ୍ରାମରେ ବେଆଇନ୍ ଇଟାଭାଟି ଗୁଡ଼ିକୁ ଚଢ଼ାଉ କରିବା ସମୟରେ ଇଟା ତିଆରି କରିବା ଫାର୍ମା କୋଦାଳ ଖଣତି ଆଦି ଜବତ କରି ସେହି ଗ୍ରାମର ଏକ ଯୁବକ ଧନେଶ୍ଵର ନାୟକ ( ସୋନୁ)ଙ୍କୁ କହିଥିଲେ ଏ ସବୁ ଆମ ଗାଡ଼ିରେ ରଖିଦୀଅ। ସୋନୁ ତହସିଲଦାରଙ୍କ କଥାରେ ଅଖାରେ ଥିବା ଜିନିଷ ଗୁଡିକୁ ତହସିଲଦାରଙ୍କ ଗାଡ଼ିରେ ରଖିଥିଲେ। ତାପରଦିନ ସକାଳେ ସୋନପୁର ମାଆ ପୁଷ୍ପଲତା ନାୟକ ମନ୍ଦିର ଯିବା ବାଟରେ ଇଟାଭାଟି ଲୋକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେହି ଛକ ନିକଟରେ ସୋନୁକୁ ମାରିବା ସମୟରେ ଦାଦା ଅଭିମନ୍ୟୁ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାପାଇଁ ଜାଇଥିବା ବେଳେ ଅଭିମନ୍ୟୁ କୁ ଟଣା ଘୋସରା କରି ଧକ୍କା ମଧ୍ୟ ମାରିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତି ହୋଇନଥିଲା। କିଛି ସମୟପରେ ଧନେଶ୍ଵର ଘରକୁ ଯାଇ ଆହୁରି ଝଗଡ଼ା ମାରାପିଟା କରିଥିଲେ। ଏ ସମ୍ପର୍କରେ ଆମ ପ୍ରତିନିଧି ବଳଭଦ୍ର ପୁର ସରପଞ୍ଚ ଙ୍କ ପ୍ରତିନିଧିଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ସରପଞ୍ଚ ଙ୍କ ପ୍ରତିନିଧି କହିଥିଲେ ସେଇ ଇଟା ବେପାରରେ ୫୦୦ ଲୋକମାନେ ଉପକୃତ ହେଉଛନ୍ତି। ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଜଣାନାହିଁ କି ଇଟାଭାଟି ଉପରେ ସରକାରଙ୍କ ନିୟମ ବ୍ୟବସ୍ଥା। ଡାମରପୁର ଆର ଆଇଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଆର ଆଇ କହିଥିଲେ ଆମେ ଫାଇନ୍ କାଟୁଛୁ ଓ ତହସିଲଦାରଙ୍କୁ ଏବିଷୟରେ ଜଣାଉଛୁ। ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ଆଇନ୍ ବ୍ୟବସ୍ଥାକୁ ମାନୁନଥିବା ଲୋକମାନଙ୍କ ଉପରେ କେବଳ ଫାଇନ୍ ର ବ୍ୟବସ୍ଥା ଅଛି ନା ଆଉ କିଛି ବ୍ୟବସ୍ଥା ଅଛି। ଏଣୁ ଉପରସ୍ଥ ତଦନ୍ତ କରାଯାଉ ବଳଭଦ୍ର ପୁର ବେଆଇନ୍ ଇଟା ବେପାରିଙ୍କ ଠାରୁ ସରକାରଙ୍କ ଖାତାକୁ କେତେ ଟଙ୍କା ଯାଇଛି ସଠିକ୍ ତଦନ୍ତ କରି ଦୋଷୀ ମାନଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।