ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : ,୬/୬ – ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅଧୀନ ମେଦନା ପଞ୍ଚାୟତ କାର୍ଯ୍ୟ|ଳୟ ସଭାଗୃହରେ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ ମେଦନା ସରପଞ୍ଚ ସୁମିତ୍ରା ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ସରକାର ବାଲ୍ୟ ବିବାହ ମୁକ୍ତ ନିମନ୍ତେ ଗ୍ରାମଞ୍ଚଳ ସ୍ତରରେ କିଭଳି ଭାବରେ ସଚେତନା ହୋଇପାରିବେ ତାହାକୁ ନେଇ ସରକାର ଅନେକ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳ ସ୍ତରରେ ସମସ୍ତେ କିପରି ସଚେତନ ହୋଇପାରିବେ, ଏଣୁ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ନେଇ ଏକ ସଚେତନତା ସଭାରେ ଡାବୁଗାଁ ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି ଯୋଗ ଦେଇ ବାଲ୍ୟ ବିବାହ ଦ୍ଵାରା ଝିଅର ମାନସିକ ଓ ଶାରୀରିକ ସ୍ତରରେ ବିକାଶ ହୋଇନଥାଏ ଫଳରେ ରକ୍ତହୀନତା, ଶାରୀରିକ ଅକ୍ଷମତା ଛୁଆ ବୃଦ୍ଧି ହାନିଘଟିଥାଏ ଓ ପ୍ରସବରେ ଅନେଗୁଡ଼ିଏ ସମସ୍ୟା ହୋଇଥାଏ । ଶିଶୁ ମୃତ୍ୟୁ ହାର ରୋକିବା, ସମସ୍ତେ ମିଳିତ ହୋଇ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସଚେତନା କରାଇଥିଲେ । ଏହି ସଭାରେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ. ଡି. ପ୍ରସାଦ, ନାଏବ ସରପଞ୍ଚ ଡମ୍ବରୁ ଭତ୍ରା , ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ/ ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ବଂଶୀଧର ମାଝୀ, ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ସମିତି ସଭ୍ୟା ଉମାବତି ଭତ୍ରା, ଯୋଗାଣ ସହାୟକ ଖଗପତି ମେହେରା, ଶଶୀଧର ମାଝି, ଧଙ୍ଗଡା ମାଝି, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ସମସ୍ତ ଅଙ୍ଗୱାଡ଼ି କର୍ମୀ, ପ୍ରତ୍ୟେକ ସମାଜ ର ସଭାପତି ଓ ସମ୍ପାଦକ, ନାଏକ, ପୁଜାରୀ, ଗ୍ରାମର ଭଦ୍ରବ୍ୟକ୍ତି ମହିଳା ଓ କିଶୋରୀ ବାଳକ ବାଳିକା ମାନେ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More