ବାଲେଶ୍ଵର(ସଂଘର୍ଷ ମିଡିଆ ) : ବୈଶାଖ ମାସର ଟାଣ ଖରାରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଖରାର ଉତ୍ତାପ ଏତେ ବଢ଼ୁଛିଯେ ଦିନ ଦଶଟା ବେଳକୁ ନିଆଁ ବର୍ଷୀଲା ଭଳି ଲାଗୁଛି । ଏପଟେ ଖରା ଯେତିକି ଯେତିକି ବଢୁଛି ସେପଟେ ଅଂଶୁଘାତ ମଣିଷକୁ ସେତିକି ଭୟଭିତ କରାଉଛି । କର୍ମମୟ ଜୀବନର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଏହି ଡହ ଡହ ଖରାରେବି ଲୋକମାନଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ହେଉଛି । ଦି ପାଦ ବାଟ ଗଲାପରେ ଖରାରେ ତଣ୍ଟି ଶୁଖି ଅଠା ଅଠା ହେଇଯାଉଛି । ଏହି ସମୟରେ ଟୋପାଏ ପାଣି ଯେ କେତେ ମୂଲ୍ୟବାନ ତାହା କେବଳ ଖରାରେ ଯାଉଥିବା ଲୋକଟି ହିଁ ଅନୁଭବ କରିଥାଏ । ଡହ ଡହ ଖରାରେ ଅସ୍ତବ୍ୟସ୍ତ ହୋଇପଡୁଛି ଧନ ଜୀବନ,ଏହିଭଳି ଏକ ସମୟରେ ନିଜ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଶିବିର ଖୋଲି ଚର୍ଚ୍ଚାକୁ ଆସିଛନ୍ତି ଶ୍ୟାମସୁନ୍ଦରପୁର ଗ୍ରାମପାୟତର ନବ ନିର୍ବାଚିତ ସରପଞ୍ଚ ପ୍ରାଥିନି ଶ୍ରୀମତୀ ବନିତା ପ୍ରଧାନ । ଗଣ୍ଡିବେଡ଼ ବଜାର ସମେତ ପଂଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଶିବିର ଖୋଲି ନିରନ୍ତର ଭାବେ ଲୋକମାନଙ୍କୁ ଜଳଯୋଗାଇ ଆସୁଛନ୍ତି । ଶ୍ରୀମତୀ ପ୍ରଧାନଙ୍କର ଏହିଭଳି କାର୍ଯ୍ୟକୁ ପଞ୍ଚାୟତବାସୀ ସ୍ୱାଗତ କରିଛନ୍ତି । ବାଲେଶ୍ୱର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।