ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀଙ୍କ ପଞ୍ଚାୟତ ପଞ୍ଚାୟତ କାର୍ଯ୍ୟ।ଳୟ ଘେରାଉ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ କାର୍ଯ୍ୟକୁ ବିରୋଧ କରି ଶୁକ୍ରବାର ଡଙ୍ଗରିଗୁଡ଼ା ପଞ୍ଚାୟତ ର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ କରିଥିଲେ । ଗ୍ରାମବାସୀ କହିବା ପ୍ରକାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗତ କିଛିଦିନ ହେବ କୌଣସି ଏକ ନିର୍ଦ୍ଧିଷ୍ଟ କାମ ପାଇଁ ସ୍ଵତନ୍ତ୍ର ବୈଠକ କରିଆସୁଛନ୍ତି କିନ୍ତୁ ବୈଠକର କୌଣସି ରେଜୁଲେସନ ବୈଠକରେ ଲେଖାଯାଉନାହିଁ । ବୈଠକରେ ଉପସ୍ଥିତ ଥିବା ସମସ୍ତ ୱାର୍ଡ ମେମ୍ବର ମାନଙ୍କ ସାଧା କାଗଜ ରେ ଦସ୍ତଖସ୍ତ ନେଇ ପରେ ରେଜୁଲେଶନ ଲେଖାଯାଉଛି । ଡଙ୍ଗରିଗୁଡ଼ା ପଞ୍ଚାୟତ ରେ ହେବାକୁ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ଅନୁମତି ପୂର୍ବ ଦିନରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେଇଥିଲେ କିନ୍ତୁ କଣ ଏମିତି ହେଲା କି ପୁଣି ଏହି ଦୋକାନକୁ ନ ଖୋଲିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି । ଏହି ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ ୱାର୍ଡ ମେମ୍ବର ମାନେ ଏହି ଦୋକାନ ନ ଖୋଲିବା ପାଇଁ କହିଥିବା ଜଣାଇଥିଲେ କିନ୍ତୁ ୱାର୍ଡ ମେମ୍ବର ମାନେ ଏହି ଦୋକାନ ଖୋଲାଯାଇ ଥିଲେ ଭଲ ହୋଇଥାନ୍ତା ବୋଲି ମତାମତ ଦେଇଥିଲେ । ଗ୍ରାମବାସୀ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯାଉ ବୋଲି କହିଥିଲେ । କିନ୍ତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ନିଜ ସ୍ଵାର୍ଥ ସାଧନ ପାଇଁ ଏହି ଦୋକାନ ନ ଖୋଲିବା ପାଇଁ ଚେଷ୍ଟା କରିଥିବା ଗ୍ରାମବାସୀ କହିଛନ୍ତି । ସୂଚନାଯୋଗ୍ୟ :- ଚଳିତ ମାସ ୧୮ ତାରିଖ ଦିନ ଡ଼ଙ୍ଗରିଗୁଡା ଗ୍ରାମ ନିକଟରେ ଖାତାନଂ ୪୬୦/୭୭୧ ଓ ପ୍ଲଟ ନଂ ୧୯୨୮/୨୪୪୭ ଉପରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲା ଅବକାରୀ ବିଭାଗ ତରଫରୁ ଚିଠି ନଂ ୫୪୭/୨୦୨୩ ପଞ୍ଚାୟତକୁ ଅନୁମତି ନିମନ୍ତେ ଆସିଥିଲା | ପରେ ୨୪.୪.୨୩ ଦିନ ପଞ୍ଚାୟତ କାର୍ଯ୍ୟ|ଲୟରେ ସରପଞ୍ଚ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ମାନେ ବୈଠକ ବସି ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ନିସ୍ପତି ନିଆଯାଇ ରେଜୁଲେସନ ଲେଖାଯାଇ ସମସ୍ତ ସଭ୍ୟ ମାନେ ଦସ୍ତଖତ କରିଥିଲେ | ଏହି ରେଜୁଲେଶନକୁ ୨୫.୪.୨୩ ଦିନ ଜିଲ୍ଲାପାଳ ଓ ଜିଲା ଅବକାରୀ ବିଭାଗକୁ ପ୍ରଦାନ କରଯାଇଥିଲା | କୌଣସି କାରଣରୁ ଡ଼ଙ୍ଗରିଗୁଡା ସରପଞ୍ଚ ଏହି ଠିପି ଖୋଲା ବିଦେଶୀ ମଦ ଦୋକାନକୁ ନଖୋଲିବା ପାଇଁ ପୁଣି ଏକ ବୈଠକ ଶୁକ୍ରବାର ଡକାଇଥିଲେ | ଉକ୍ତ ଘଟଣାକୁ କେନ୍ଦ୍ର କରି ଡ଼ଙ୍ଗରିଗୁଡା ଗ୍ରାମବାସୀ ପଞ୍ଚାୟତ ଘେରାଉ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More