କେନ୍ଦ୍ରାପଡା(ସଂଘର୍ଷ ମିଡିଆ 0 : – ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବଡପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜ ଦିବସ ଉପଲକ୍ଷେ ବଡପଡା ପଞ୍ଚାୟତର ସରପଞ୍ଚ ସୈଦାମିନୀ ସେଠି ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। 24ଏପ୍ରିଲ ଥିଲା ପଞ୍ଚାୟତରାଜ ଦିବସ। ପ୍ରତିବର୍ଷ ସାରାଭାରତରେ 24ଏପ୍ରିଲ ଦିନ ଜାତୀୟ ଓ ରାଜ୍ୟ ସ୍ତରରେ ପଞ୍ଚାୟତରାଜ ଦିବସ ପାଳନ କରାଯାଇଥାଏ। ଏହାର ମୁଖ୍ୟ ଲକ୍ଷ୍ୟ ଗ୍ରାମାଞ୍ଚଳ ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ଉତ୍ତମ ଶାସନ ଯୋଗାଇ ଦେବା ଓ ନୂତନ ଚିନ୍ତା ଧାରାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବା ପ୍ରଥମ ଲକ୍ଷ୍ୟ। ଏହି ପଞ୍ଚାୟତରାଜ ଦିବସ ଉପଲକ୍ଷେ ବଡ଼ପଡା ପଞ୍ଚାୟତର ନ୍ୟାଏବ ସରପଞ୍ଚ, ୱର୍ଡ ମେମ୍ବର ଓ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆୟୋଜିତ ସ୍ୱତନ୍ତ୍ର ଗ୍ରାମ ସଭାର ଆଲୋଚନାରେ ଭାଗନେବା ସହିତ ନିଜ ନିଜର ସମାସ୍ୟା ତଥା ନିଜ ୱର୍ଡର ଆବଶ୍ୟକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଏହି ସ୍ଵତନ୍ତ୍ର ଗ୍ରାମସଭାର ସମସ୍ତ ଆଲୋଚନା ସୁଣିବା ପରେ ସରପଞ୍ଚ ସୈଦାମିନୀ ସେଠି ପ୍ରତିକ୍ରିୟାରେ କହିଛନ୍ତି ଏହି ବଡପଡା ପଞ୍ଚାୟତରେ ରହିଜାଇଥିବା କାର୍ଯ୍ୟ ଓ ଆବଶ୍ୟକ ଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବା ମୋର ପ୍ରଥମ ଲକ୍ଷ୍ୟ। ଆପଣମାନେ ମୋତେ ସାହାଯ୍ୟ ସହଯୋଗ କଲେ ମୁଁ ଆଗାମୀ ଦିନରେ ନିଶ୍ଚୟ ବଡପଡା ପଞ୍ଚାୟତକୁ ଏକ ନଂମ୍ବର ପଞ୍ଚାୟତ ଭାବେ ଗଢ଼ି ତୋଳିବି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)