ପଙ୍କରେ ପଦ୍ମ, ଡେରାବିଶ ମାଟିର ଝିଅ ମୋନାଶ୍ରୀ ମାଟ୍ରିକରେ କେନ୍ଦ୍ରାପଡା ଜିଲା ଟପ୍ପର

10

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ; -: କେନ୍ଦ୍ରାପଡା ଜିଲ୍ଲା ମ୍ୟାଟ୍ରିକ ଟପ୍ପର ହୋଇଛନ୍ତି ଡେରାବିଶ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଶ୍ରୀ ବିଶ୍ୱାଳ। ମୋନାଶ୍ରୀ ଆଦର୍ଶ ଶିକ୍ଷକ ସ୍ଵର୍ଗତ ହରିଶ୍ଚନ୍ଦ୍ର ବିଶ୍ୱାଳଙ୍କ ନାତୁଣୀ ହୋଇଥିବା ବେଳେ ତାଙ୍କ ବାପା ବିଚିତ୍ରାନନ୍ଦ ବିଶ୍ୱାଳ ଜଣେ କୃଷକ ଅଟନ୍ତି। ମୋନାଶ୍ରୀ 600 ନମ୍ବରରୁ 585 ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ସେ 97.57 ପ୍ରତିଶତ ନମ୍ବର ଆଣିଥିବା ବେଳେ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ମୋନାଶ୍ରୀ ଭବିଷ୍ୟତରେ ଜଣେ ଆଇ.ଏ.ଏସ ଅଧିକାରୀ ହେବାକୁ ଆଶା ରଖିଛନ୍ତି।ମୋନାଶ୍ରୀଙ୍କ ଏହି କୃତିତ୍ୱ ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି l ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଛାତ୍ରୀ ମୋନାଶ୍ରୀ ଙ୍କୁ ଡାକି 30 ହଜାର ଟଙ୍କାର ଚେକ ଦେଇଥିବାର ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More