ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ଜିଲ୍ଲା ର ନୃତ୍ୟ, ସଂଗୀତ ନାଟକ ର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ରେ ଓଡିଶା ସଂଗୀତ ନାଟକ ଏକାଡେମି ଭୁବନେଶ୍ୱର ପକ୍ଷ ରୁ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପଦର୍ଶନ କାର୍ଯ୍ୟକ୍ରମ ଉଦଯାପନ ହୋଇ ଯାଇଛି l ପଏଁରୀ ଅନୁଷ୍ଠାନ ସହଯୋଗ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳ ରୁ କଳାକାର ମାନେ ଆସି ଗୋଟିଏ ଗୁରୁ ଓ ଦଶ ଜଣ ଶିଷ୍ୟ କଳା ପ୍ରଦର୍ଶନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୁପ୍ତ ହେବାକୁ ଥିବା ଷୋହଳ ସୁଆଙ୍ଗ ଦଣ୍ଡନାଟ ଲୋକକଳା କୁ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ପୁନଃରୁଦ୍ଧାର ଏହାର ମୂଳଲକ୍ଷ୍ୟ ବୋଲି କୁହାଯାଇଛି l
ଏହି କାର୍ଯ୍ୟକ୍ରମକୁ ପଏଁରୀ ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସଭ୍ୟ ମାନେ ସହଯୋଗ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମ କୁ ବିଶେଷ ସହଯୋଗ କରିଥିବା ଓଡିଶା ସଂଗୀତ ନାଟକ ଏକାଡେମି ର ସମ୍ପାଦକ ପ୍ରବୋଧ କୁମାର ରଥ ଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଛି l ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।
Get real time updates directly on you device, subscribe now.