ପଂଚାୟତ ନିର୍ବାଚନ ପରେ ପ୍ରଥମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

20

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ ) : -ମାଲକାନଗିରି ଜିଲ୍ଲା ମାଥିଲି ପଂଚାୟତ ସମିତି ସମ୍ମିଳନୀ ଗୃହରେ ପଂଚାୟତ ନିର୍ବାଚନ ପରେ ପ୍ରଥମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ରାଜନୈତିକ ଦଳ ମିଳିମିଶି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କୁ ମାଥିଲି ବ୍ଲକର ସମସ୍ତ ଉନୟନ କାର୍ଯ୍ୟକ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଇତ୍ୟାଦି କାର୍ଯ୍ୟକ୍ରମ କୁ ଯଥା ଶୀଘ୍ର କାର୍ଯ୍ୟ କରିବାକୁ କହିଥିଲେ, ଯଦି କୌଣସି ସମସ୍ୟା ହୁଏ ମୋତେ ଜଣାଇବାକୁ କହିବା ସହ ମୁଖମନ୍ତ୍ରୀ ଙ୍କ ସହ ଆଲଚନା କରି ସମସ୍ତ କାମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ, ଏହା ପରେ ପଂଚାୟତସମିତି ବୈଠକ ଆରମ୍ଭ ହୋଇଥିଲା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହେଶ କୁମାର ବାକା, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁସ୍ମିତା ମାଝୀ,୩ନମ୍ବର ଯୋନ ର ଜିଲାପରିସଦ ଲକ୍ଷ୍ମୀ ପ୍ରିୟା ନାୟକ, ସାଂସଦ ପ୍ରତିନିଧି ଭୀମସେନ ନାୟକ, ବି. ଡି. ଓ. ଆଶିଷ କୁମାର ଭୋଇ, ତହସିଲଦାର ଚନ୍ଦନ କୁମାର ଭୋଇ, ଏ. ବି. ଡି. ଓ.ସରୋଜ କୁମାର ପ୍ରଧାନ ମଞ୍ଚାସିନ ଥିବାସ୍ଥଳେ, ମାଥିଲି ବ୍ଲକର କୋଡିଏ ଟି ପଂଚାୟତରର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ମାଲକାନାଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More