ନୟାଗଡ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲାପାଳଙ୍କ ୩ ଦିନ ସମୟର ଅନ୍ତା , ଜିଲ୍ଲା ପ୍ରଶାସନର ଅପାରଗତା ପଣିଆ ଆଜି ପଦାରେ ପଡ଼ିଲା
ନୟାଗଡ (ସଂଘର୍ଷ ମିଡିଆ ) : – ନୟାଗଡ ଜିଲ୍ଲା ଆଡ଼କଟାରୁ ନକଲି ମଦ ଜବତ କରିଥିଲା ନୟାଗଡ଼ ଅବାକାରୀ ସ୍କ୍ବାର୍ଡ ଏବଂ ଦାଦାଗିରି ଏସଆଇ ଧନଞ୍ଜୟ ପାତ୍ରଙ୍କ ସାମ୍ବାଦିକଙ୍କୁ ଆକ୍ରମଣ କରି ଅମାନସିକତା କାମ ପାଇଁ ଆଜକୁ ଦୀର୍ଘ ଛଅ ଦିନ ପୂର୍ତ୍ତି ହୋଇଥିବା ବେଳେ ଗତ ରବିବାର ଦିନ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ତିନିଦିନ ସମୟ ମାଗିଥିଲେ ଯାହାର ଆଜି ଅନ୍ତ ହୋଇଅଛି। ଜିଲ୍ଲା ସାମ୍ବାଦିକ ସଂଘର ସଭାପତିଙ୍କ କହିବା ଅନୁଯାୟୀ ଆଜି ଦିବା ଚାରିଟା ସମୟରେ ଜିଲ୍ଲାପାଳଙ୍କ ପ୍ରତିନିଧି ନୟାଗଡ ଜିଲ୍ଲାର ଉପଜିଲ୍ଲାପାଳ କହିଥିଲେ କି ଜିଲ୍ଲାପାଳ ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗର କମିଶନର ଙ୍କୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି ଓ ମିଛାରେ ସାମ୍ବାଦିକଙ୍କ ଉପରେ ହୋଇଥିବା କେସ କୁ ଫାଇନାଲ କରାଯିବା ପାଇଁ ଚିଥିଲେଖିଛନ୍ତି କିନ୍ତୁ ଧନଞ୍ଜୟ ପାତ୍ରଙ୍କୁ ଗିରଫ କରିବା ଅଧିକାର ଆମ ପାଖରେ ନାହିଁ।ଏଠି ସମସ୍ତ ସାମ୍ବାଦିକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଯଦି ଜିଲ୍ଲାପାଳଙ୍କ ପାଖରେ କୌଣସି ଅଧିକାର ନାହିଁ ତାହେଲେ ତିନିଦିନ ସମୟ ମାଗି ମିଛ ସନ୍ତାେନା କଣ ପାଇଁ ଦେଉଥିଲେ।ଏହି ଘଟଣାରେ କଣ ରାଜନୀତି ଚାଲିଛି ସମସ୍ତଙ୍କ ମନରେ ଆସା ଓ ଆଶଙ୍କା।ଏହି ନିଷ୍ପତ୍ତିକୁ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ଆଗାମୀ ଦିନରେ କଣ ପଦକ୍ଷେପ ନିଆ ଯିବ ତାହା ଆସନ୍ତା କାଲି ଜିଲ୍ଲା ସାମ୍ବାଦିକ ସଂଘର ନିଷ୍ପତି କ୍ରମେ ଜଣାପଡ଼ିବ। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।