ନୟାଗଡ ଜିଲ୍ଲାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୩ ପାଳିତ

12

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ) : – ଆଜି 10 ଜୁଲାଇ ତାରିଖ ଆଜିର ଦିନରେ ସାରା ଦେଶରେ ମତ୍ସ୍ୟ ଚାଷୀ ଦିବସ ରୂପେ ପ୍ରତ୍ୟେକ ବର୍ଷ ପାଳିତ ହୋଇଥାଏ ସେଭଳି ଭାବେ ନୟାଗଡ ଜିଲ୍ଲାର ମତ୍ସ୍ୟ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ ମିଳିତ ଭାବେ ଏହି ଦିବସକୁ ନୟାଗଡ ଜିଲ୍ଲାର ଆଠଗୋଟି ବ୍ଲକ ର ପାଖାପାଖି ଏକ ସହ ମତ୍ସ୍ୟ ଚାଷୀଙ୍କୁ ନେଇ ନୟାଗଡ଼ ପାଣିପୋଇଲି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର ଠାରେ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ADM ବିଧାନ ଚନ୍ଦ୍ର ରାୟ, ସଭାଟିତ୍ୟ କରିଥିଲେ DFO ପ୍ରକାଶ ତ୍ରିପାଠୀ ,ADFO ଶୁଭଶ୍ରୀ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ ର ମୁଖ୍ୟ ଡକ୍ଟର ଅନିଲ କୁମାର ସ୍ବାଇଁ,ମତ୍ସ୍ୟ ଦାୟୀତ୍ୟରେ ଥିବା ସୁଚିଶ୍ମିତା ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଥିବା ମତ୍ସ୍ୟ ଚାଷୀ ମାନଙ୍କୁ ମତ୍ସ୍ୟ ବିଭାଗ ତରଫରୁ କିଭଳି ଭାବେ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମାଛ ଚାଷ, ଜାଆଳ ଚାଷ,ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ,ନୂତନ ପୋଖରୀ ଖନନ, ଏବଂ ପଞ୍ଚାୟତ ପୋଖରୀ ଲିଜ ରେ ନେଇ SHG ମା ମାନେ ସରକାରଙ୍କ ରିହାତି ପାଇପାରିବେ ତାରି ବିଷୟରେ ଅବଗତ କରାଇବା ସହିତ ଆମ ରାଜ୍ୟ ଓଡ଼ିଶା କିଭଳି ଗତ ପାଞ୍ଚ ବର୍ଷ ଭିତରେ ଦେଶରେ ଅଷ୍ଟମ ସ୍ଥାନରୁ ଉତିର୍ଣ୍ଣ ହୋଇ ଚତୁର୍ଥ ସ୍ଥାନରେ ପହଂଚିଛି ତା ବିଷୟରେ କହିଥିଲେ ଉପସ୍ଥିତ ଅଧିକାରୀ ମାନେ।ADM ଙ୍କ ଦ୍ଵାରା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଗ୍ରାମ ର ଅଗ୍ରିର୍ଣ୍ଣ ସଫଳ ମାଛ ଚାଷୀ ରବିନ୍ଦ୍ର କୁମାର ସାହୁ ଉନ୍ନତ କିସମର ବିଭିନ୍ନ ପ୍ରକାର ମାଛ ଯାଆଳ ଚାଷ କରି ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଯୋଗାଇ ଦେଇ ଉଦାହରଣ ପାଲଟି ଥିବାରୁ ମତ୍ସ୍ୟ ବିଭାଗ ତରଫରୁ ମାନପତ୍ର ସହିତ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା ତା ସହିତ ରଣପୁର ବ୍ଲକ ର କୃଷ୍ଣଚନ୍ଦ୍ରପୁର ର ଟୁନି ପାତ୍ରଙ୍କୁ ଜୈବ ପୁଞ୍ଜ ମାଧ୍ୟମରେ ସଫଳ ମାଛ ଚାଷ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇ ଥିଲା ଏବଂ ଗଣିଆ ବ୍ଲକ ର ଗୋପୀନାଥ WSHG ଗ୍ରୁପ ମା ମାନେ କିଭଳି ଗ୍ରାମ ପଞ୍ଚାୟତ ପୋଖରୀ ମାନଙ୍କୁ ଲିଜ ଭାବରେ ନେଇ ସଫଳ ଭାବରେ ମାଛ କରି ଉଦାହରଣ ପାଲଟି ଥିବାରେ ତାଙ୍କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା ଜିଲ୍ଲାର ମୋଟ ତିନି ଜଣଙ୍କୁ ପୁରସ୍କୃତ କରି ସମ୍ମାନିତ କରିବା ସହିତ ଅନ୍ୟ ଅଗ୍ରଣୀ ମାଛ ଚାଷୀ ମାନଙ୍କୁ ଉତ୍ସାଇତ କରାଇ ଥିଲେ ଉପସ୍ଥିତ ଅଧିକାରୀ।ସର୍ବ ଶେଷରେ କୃଷି ବିଜ୍ଞାନ କେନ୍ଦ୍ର ମତ୍ସ୍ୟ ବୈଜ୍ଞାନିକ ଡକ୍ଟର ଅନିଲ କୁମାର ସ୍ୱାଇଁ ଚାଷୀ ମାନଙ୍କ ମାଛ ଚାଷ ସମ୍ବର୍ଦ୍ଧିତ ସମସ୍ୟାର ଉତ୍ତର ରଖି ବିଭାଗ ତତଫରୁ ସମସ୍ତ ଚାଷୀ ମାନଙ୍କୁ ph ଟେଷ୍ଟିଂ କିଟ୍ ସହିତ ପ୍ଲାକ୍ ଟଙ୍ଗ ନେଟ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବ୍ଲକ ମତ୍ସ୍ୟ ଅଧିକାରୀ ମାନେ ସହଯୋଗ କରିବା ସହିତ କୃଷି ବିଜ୍ଞାନ କେନ୍ଦ୍ରର ଅଂଶୁମାନ ସାମନ୍ତରାୟ ଓ ଅନ୍ୟ ମାନେ ସହଯୋଗ କରି ପରିଚାଳନା କରିଥିଲେ। ନୟାଗଡ଼ ନୂଆଗାଁ ରୁ ରବିନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More