ନୟାଗଡ କୃଷି ବିଭାଗ ଦ୍ବାରା ଜିଲ୍ଲାର ଆଇଏଫଏସ ମଡେଲ ଚାଷୀଙ୍କୁ ନେଇ ଜଣେ ଅଭିଜ୍ଞ ଚାଷୀଙ୍କ ଫାର୍ମ ପରିଭ୍ରମଣ

29

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ ) : – ଭାରତ ବର୍ଷରେ ହେଉ ଅବା ଓଡ଼ିଶା ରେ ଦିନକୁ ଦିନ ଚାଷ ପ୍ରତି ଲୋକମାନେ ଦୂରେଇ ରହୁଥିବା ମିଳୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ବହୁତ ଯୋଜନା ଦ୍ବାରା ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଆସୁଥିବା ବେଳେ ସେଭଳି ବର୍ତ୍ତମାନ ସରକାର ଏଭଳି ଏକ ଯୋଜନା ଆଣିଛନ୍ତି ଯାହା ଦ୍ବାରା ଚାଷରେ ଆଉ କ୍ଷତି ସହିବାକୁ ପଡ଼ିବ ନାହିଁ ସେହି ଯୋଜନା ହେଉଛି IFS MODEL (Integrated farming systems) ବା ସମ୍ମନିତ କୃଷି ପଦ୍ଧତି ଚାଷ ଯେଉଁଥିରେ ଚାଷୀ ଏଭଳି ପଦ୍ଧତିକୁ ଆପଣାଇଲେ ଚାଷୀ ଆଉ କ୍ଷତିର ଶିକାର ହେବନାହିଁ କାରଣ ସମ୍ମନିତ ଚାଷୀ ଗୋଟାଏ ଜାଗାରେ ଗାଈ,ଛେଳି,ବତକ,କୁକୁଡ଼ା,ଛତୁ,ମହୁ,ପନିପରିବା,ଫଳ ଏମିତି ଅନେକ ପ୍ରକାର ଚାଷ ଚାଷୀଙ୍କୁ କରିବାକୁ ପଡ଼ିବ ଏହା ଦ୍ବାରା ଗୋଟାଏ ଫସଲରେ କ୍ଷତି ହେଲେ ଅନ୍ୟ ଏକ ଫସଲରେ ଲାଭ ହୋଇଥାଏ।ଯାହା ଦ୍ବାରା ଚାଷୀ ସମ୍ପୂର୍ଣ୍ଣ କ୍ଷତି ସହି ନଥାଏ।ନୟାଗଡ ଜିଲ୍ଲାର ଆଠଗୋଟି ବ୍ଲକ ଯଥା ନୟାଗଡ,ନୂଆଗାଁ,ଓଡ଼ଗାଁ, ରଣପୁର,ଖଣ୍ଡପଡ଼ା,ଦଶପଲ୍ଲା,ଭାପୁରଓ ଗଣିଆ ର IFS ପଦ୍ଧତି ରେ ଚାଷ କରିବା ପାଇଁ ଆଗ୍ରହୀ ଥିବା ୨୨ଜଣ ଚାଷୀଙ୍କୁ ଚୟନ କରି ନୟାଗଡ କୃଷି ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଠାରେ ଥିବା କାଳନ୍ଦୀ ଜେନା ଫାର୍ମ ହାଉସ କୁ ବୁଲାଇ ନେବା ସହିତ ନୟାଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ IFS ସ୍କିମ୍ ବିଷୟରେ ଜିଲ୍ଲାର କୃଷି,ଉଦ୍ୟାନ,ପଶୁ ଓ ମତ୍ସ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହି ଚାଷୀ ମାନଙ୍କୁ ସବିଶେଷ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଠଗୋଟି ବ୍ଲକର କୃଷି ଅଧିକାରୀଙ୍କ ସମେତ ଜିଲ୍ଲା କୃଷି ଅଧିକାରୀ ସୁଧାଂଶୁ କୁମାର ନନ୍ଦ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨୨ଜଣ ଚାଷୀଙ୍କ ବହୁତ ଖୁସିଥିବା ଦେଖିବାକୁ ମିଳିଛି। ନୟାଗଡ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More