ନୟାଗଡ଼ରେ ମେରୁ ଉତ୍ସବ ପାଲଟିଲା ରଣକ୍ଷେତ୍ର, ଜଣଙ୍କୁ ହତ୍ୟା, ଥାନା ଅଧିକାରୀଙ୍କ ସହ ୮ ଜଣରୁ ଅଧିକ ଆହତ

26

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ ) : : ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ମେରୁ ଉତ୍ସବ ତଥା ଦଣ୍ଡ ଯାତ୍ରା ଶୋଭାଯାତ୍ରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୋଭାଯାତ୍ରାର ଶେଷ ସମୟକୁ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଥାନା ଅଧିକାରୀଙ୍କ ସମେତ ୮ ଜଣରୁ ଅଧିକ ଆହାତ ହୋଇଥିବାବେଳେ ଉତ୍ୟକ୍ତ ଲୋକ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଏହି ଦୁଇ ଗ୍ରାମର ଦଣ୍ଡ ଶୋଭାଯାତ୍ରା ବିପର୍ଯ୍ୟସ୍ତ ପୁଲିସ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମେରୁ ଉତ୍ସବରେ ଶତାଧିକ ଦଣ୍ଡ ଠାକୁର, ହଜାର ହଜାର ଦଣ୍ଡୁଆ, ଶତାଧିକ ଡିଜେ ଗାଡ଼ି, ବ୍ୟାଣ୍ଡ ପାର୍ଟି ସମେତ ୫୦ ହଜାରରୁ ଅଧିକ ଜନ ସମାଗମ ହୋଇଥିଲା । ଏଥିପାଇଁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ୫ ଘଣ୍ଟା ଧରି ଯାତାୟତ ଠପ୍ ହୋଇଯାଇଥିଲା ।ଢେଲା ମାଡ଼ରେ ଆହତ ହୋଇଥିବା ନୟାଗଡ଼ ଟାଉନ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଦୁର୍ଗାପ୍ରସାଦଠାରୁ ବାହାରିଥିବା ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରି ଫେରୁଥିବା ସମୟରେ ସିନ୍ଦୁରିଆଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ବଚସାରୁ ଲଙ୍କାକାଣ୍ଡ ଘଟିଥିଲା । ଦେଉଳପଲ୍ଲି ଗୋଷ୍ଠୀ ପ୍ରଥମେ ଢେଲାପଥର ମାଡ଼ କରିଥିଲେ । ଏଥିରେ ଦୁର୍ଗାପ୍ରସାଦ ଗ୍ରାମର କିଛି ଲୋକ ଏବଂ ଭକ୍ତ ଆହତ ହୋଇଥିଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ମଧ୍ୟ ଢେଲାପଥର ମାଡ଼ର ଶିକାର ହୋଇଥିଲା । ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ମୁଣ୍ଡରେ ପଥର ବାଜିବାରୁ ସେ ଆହତ ହୋଇଥିଲେ । ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ଏହି ସମୟରେ ସୁଯୋଗ ପାଇ ଗୋଟିଏ ଗୋଷ୍ଠୀ ଦୁର୍ଗାପ୍ରସାଦ ଗ୍ରାମର ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ । ଦୀର୍ଘ ସମୟ ଧରି ଦୁଇ ଜଣଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା । ତେବେ ପରେ ଅପହରଣକାରୀଙ୍କ କବଳରୁ ଜଣେ କୌଣସି ମତେ ଖସି ଆସିଥିଲେ । ଅନ୍ୟ ଜଣଙ୍କ ପରିବାର ଲୋକ ପୁଲିସର ସହାୟତା ନେଇଥିଲେ । ପୁଲିସ ଓ ପରିବାର ଲୋକ ଖୋଜାଖୋଜି କରିବା ସମୟରେ ଉକ୍ତ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ନେଳି ପୋଖରୀ ନିକଟରେ ପଡ଼ିଥିବା ଖବର ମିଳିଥିଲା । ପୁଲିସ ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି‌ ଜଣକ ଦୁର୍ଗାପ୍ରସାଦ ଗ୍ରାମର ନବୀନ ପରିଡ଼ା ବୋଲି ଜଣାପଡ଼ିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମରେ ବରିଷ୍ଠ ପୁଲିସ ଅଧିକାରୀମାନେ ବ୍ୟାପକ ଫୋର୍ସ ସହ ଉପସ୍ଥିତ ରହିଥିବା ଜଣାପଡିଛି । ନୟାଗଡ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More