ନ୍ୟୁଜ ୧ ଓଡ଼ିଆ ଚାନେଲ ସମ୍ପାଦକଙ୍କ ପରିବାରକୁ ଜୀବନରୁ ମାରିଦେବା ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ୱେବ ସାମ୍ବାଦିକଙ୍କ ପକ୍ଷରୁ ଏସ୍ପିଙ୍କ ଉଦ୍ଧେଶ୍ୟରେ ଟାଉନ ଥାନା ଆଇସିଙ୍କୁ ଲିଖିତ ଅଭିଯୋଗ

26

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) -: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ୱେବ ସାମ୍ବାଦିକ ସଂଘ ପକ୍ଷରୁ ନ୍ୟୁଜ1ଓଡ଼ିଆ ଚାନେଲ ସମ୍ପାଦକ ଙ୍କ ପରିବାରକୁ ଜୀବନରୁ ମାରିଦେବା ଘଟଣାରେ ଏକ ଲିଖିତ ଅଭିଯୋଗ ଏସପିଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଧିକାରୀ ଗୌରାଙ୍ଗ ପୃଷ୍ଟିଙ୍କୁ ଦେଇଥିଲେ. ଘଟଣା କ୍ରମରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଣ୍ଡରା ଗ୍ରାମର ସରୋଜ ପଣ୍ଡା ନାମକ ଯୁବକ ଗତ 11/05/2022 ତାରିଖ ଦିନ ନ୍ୟୁଜ1ଓଡ଼ିଆ ନ୍ୟୁଜ ପୋର୍ଟାଲ ର ସମ୍ପାଦକ ନାରାୟଣ କିଶୋର ପଣ୍ଡା ଙ୍କୁ ଫୋନ କରି ଅସିଳ ଭାଷାରେ ଗାଳି ଗୁଲଜ କରିବା ସହ ଏକ ମାସ ମଧ୍ୟରେ ତୋର ପରିବାର ସମେତ ତୋତେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା. ସରୋଜ ପଣ୍ଡା ନାଁରେ ନିଜ ସ୍ତ୍ରୀ ହତ୍ୟା ମାମଲା ଥିବା ବେଳେ ତାକୁ ଏପର୍ଯ୍ୟନ୍ତ ଗିରଫ କରାଗଲାନାହିଁ କାହିଁକି ତାହା ପ୍ରଶ୍ନବାଚୀ. ଖୋଲା ଖୋଲି ଭାବେ ବଜାରରେ ବୁଲୁଥିବାର ଜଣାପଡ଼ିଲେ ମଧ୍ୟ ପୋଲିସ ଆଜିଯାଏ କାହିଁକି ଚୁପ ବସିଛି ତାହା ମଧ୍ୟ ଏକ ଚର୍ଚାର ବିଷୟ. ଯଦି ଜଣେ କ୍ରିମିନାଲ ଗଣମାଧ୍ୟମ ସମ୍ପାଦକଙ୍କୁ ଧମକ ଦେଇପାରୁଛି ତେବେ ସାଧାରଣ ଲୋକେ କିପରି ବଂଚିବେ ତାହା ମଧ୍ୟ ଆଲୋଚନାର କଥା. ଯଦି ନିକଟରେ ଏସପି ମଣିଷ ମରା ଅପରାଧୀ ସରୋଜ ପଣ୍ଡା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିୟନ୍ତି ତେବେ ନିକଟ ଭବିଷ୍ୟତରେ ସାମ୍ବାଦିକ ମାନେ ନିଜର କ୍ଷତି ପାଇଁ ପୋଲିସ ପ୍ରଶାସନକୁ ଦାଈ ହେବେ ବୋଲି କହିଛନ୍ତି. ଜିଲ୍ଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଦାବି ଏହିକିଯେ ତୁରନ୍ତ ଅପରାଧୀ ସରୋଜ ପଣ୍ଡାଙ୍କୁ ଗିରଫ କରାଯିବା ସହ ତାକୁ ଉଚିତ ଶିକ୍ଷା ଦିଆଯାଉ. ଜିଲ୍ଲାvସାମ୍ବାଦିକ ମଧ୍ୟରେ ରଞ୍ଜନ କୁମାର ସାହୁ ଶପଥ ନ୍ୟୁଜ, ବଳରାମ ବେହେରା ସଂଘର୍ଷ ନ୍ୟୁଜ, ହରେକୃଷ୍ଣ ବେହେରା NNS ନ୍ୟୁଜ, ଉମେଶ ପାଢ଼ୀ ଉତ୍କଳ ନ୍ୟୁଜ, ନିହାର ରଞ୍ଜନ ମହାନ୍ତି କଳିଙ୍ଗ ଫାଷ୍ଟ ନ୍ୟୁଜ, ସେକ ଅନିସୁଦିନ ଯୁବ ସାମ୍ବାଦିକ, ଦୀପକ ଜେନା ନ୍ୟୁଜ1ଓଡ଼ିଆ,କେଶବ ଚରଣ ନାଥ ସମୟ ନ୍ୟୁଜ ପେପର ପ୍ରମୁଖ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More