କଟକ (ସଂଘର୍ଷ ମିଡିଆ) :- ନରସିଂହପୁର ଥାନା ଅଧିନ ସୁବଳୟା ଗାଁର ଜଣେ ନାବାଳିକା ଗତ ୪ମାସ ହେବ ଅପହରଣ ହୋଇଥିବା ନେଇ ପରିବାର ପକ୍ଷରୁ ନରସିଂହପୁର ଥାନା ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରରେ ପୋଲିସ କିଛି ତଦନ୍ତ ନକରି ଅଫିସରେ ବସିଯାଉଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କର ପରିବାର । ପରିବାର ପକ୍ଷରୁ ଯଦି ବି ଝିଅର କୌଣସି ସୂଚନା ଦିଅନ୍ତି ତେବେ ନରସିଂହପୁର ଥାନା ଅଧିକାରୀ ନିଜେ କିମ୍ବା କୌଣସି ଅଧିକାରୀ ନପଠାଇ ହାବିଲଦାର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଠାଇ ପରିବାର ଲୋକଙ୍କୁ ମଧ୍ୟ ଗାଡି ଭଡା ଦେବାକୁ ବାଧ୍ୟ କରନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ଏପଟେ ଝିଅକୁ ନପାଇ ଦୁଃଖରେ ଦିନ କାଟୁଛନ୍ତି ପରିବାର। ଏ ନେଇ ନ୍ୟାୟ ପାଇବା ପାଇଁ ଆଜି ନରସିଂହପୁର ଥାନା ସମ୍ମୁଖରେ ଧାରଣା ରେ ବସିଥିଲେ ପରିବାର । ନରସିଂହପୁର ଥାନା ଅଧିନ ରେ ବାରମ୍ବାର ଏହିଭଳି ଘଟଣା ଘଟୁଥିଲେ ମଧ୍ୟ ଥାନା ଅଧିକାରୀଙ୍କର କୌଣସି ତତ୍ପରତା ଦେଖା ଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।